କରୋନାରୁ ମୁକ୍ତି ପାଇଁ ଯୁବବର୍ଗଙ୍କ ଲଢେଇ

ଚନ୍ଦନପୁର ପରେ ଜୁଡ଼ାବନ୍ଧ ଓ କୁଟିଙ୍ଗ ପଦର ଗାଁ ସୀମା ସିଲ୍

ଲାଞ୍ଜିଗଡ,୩୦/୩ : କରୋନା ପାଇଁ ଏବେ ଲାଞ୍ଜିଗଡ ବ୍ଲକରେ ଗୋଟିଏ ପରେ ଗୋଟିଏ ଗାଁ ସୀମା ସିଲ୍ ହେଉଥିବା ଦେଖିବାକୁ ମିଳିଛି। ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର ପରେ ଜୁଡ଼ାବନ୍ଧ ଓ ଛତ୍ରପୁର ପଞ୍ଚାୟତର କୁଟିଙ୍ଗ ପଦର ଗାଁ ସୀମା ସିଲ୍ ହୋଇଛି ।

ଏହି ଗାଁ ମାନକୁ ଅନ୍ୟ ଗ୍ରାମର ଲୋକ ଯିବା ସମ୍ଭବ ନୁହେଁ । ଅଜଣା ଅଚିହ୍ନା ଲୋକତ ଗାଁରେ ପଶିବା ମନା। ଗାଁ ଭିତରକୁ ଯିବାକୁ ହେଲେ ପର୍ଯ୍ୟାପ୍ତ କାରଣ ଥିବା ଆବଶ୍ୟକ। ପୁଣି ଗାଁକୁ ପଶିବା ପୂର୍ବରୁ ଗାଁ ମୁଣ୍ଡରେ କରା ଯାଇଥିବା ବାଉଁଶ ବେରିଗେଟ ପାଖରେ ସାବୁନରେ ଗୋଡ ହାତ ମୁହଁ ଭଲରେ ଧୋଇବା ବାଧ୍ୟତା ମୂଳକ। କାରଣ ଗାଁ ମୁଣ୍ଡରେ ଯୁବକ ସଂଘ କର୍ମକର୍ତ୍ତା ମାନେ ଜଗି ରହିଛନ୍ତି। ଗାଁ ଭିତରକୁ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ମନାକରି କ୍ୟୁରେଣ୍ଟାଇନରେ ୧୪ ଦିନ ରହିବା ଲାଗି ପରାମର୍ଶ ଦେଇଛନ୍ତି।

କରୋନା ଭାଇରସକୁ ନେଇ ଏବେ ସବୁଆଡେ ଭୟର ବାତାବରଣ ଫଳରେ ବ୍ଲକର ଅନେକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ଲୋକେ ସହର ଠାରୁ ବେଶ ସଚେତନ ବୋଲି ଜଣା ପଡୁଛି। ଗାଁ ମାନକୁ କରୋନାରୁ ସୁରକ୍ଷା ଦେବା ଲାଗି ଏମାନେ ସାରଥୀ ପାଲଟିଛନ୍ତି। ଗାଁ ମୁଖିଆ, ଯୁବକ ସଂଘ କର୍ମକର୍ତ୍ତା, ଯୁବ ଗୋଷ୍ଠୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ କରୋନା ଭାଇରସ କିପରି ଗାଁକୁ ପ୍ରବେଶ କରି ପାରିବ ନାହିଁ ସେଥିପାଇଁ ଏଭଳି ବଦକ୍ଷେପ ନେଇଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.