ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ‘କୋଭିଡ୍-୧୯’କୁ ଆର୍ଥିକ ସହଯୋଗ କଲେ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ କାନିଯୁରୀର କର୍ମଚାରୀ

ଟିଟିଲାଗଡ,୩୦/୩ : ମହାମାରୀ କରୋନା ଭାଇରସ୍ ର ମୁକାବିଲା ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି । ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ‘କୋଭିଡ୍-୧୯’ କୁ ସହଯୋଗ କରିଛନ୍ତି କାନିଯୁରୀ ସ୍ଥିତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ । ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ କାନିଯୁରିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଲାଲସେନ ଚନ୍ଦନ ୬୮୬ ଟଙ୍କା, ଶିକ୍ଷୟତ୍ରୀ ଦେବସ୍ମିତା ବେହେରା ୬୮୬ ଟଙ୍କା, ଶିକ୍ଷକ ପୂନ୍ୟବନ୍ତ ସାହୁ ୪୫୭ ଟଙ୍କା, କେଶବ ମହାକୁର ୪୫୭ ଟଙ୍କା, ବୈଶାଖୁ ଚନ୍ଦନ ୪୦୬ ଟଙ୍କା, କ୍ଲାର୍କ ଚକାମନ ବିଶି ୪୬୦ ଟଙ୍କା, ପିଅନ ସୁଦାମ ଚନ୍ଦନ,୩୧୭ ଟଙ୍କା, ତୃପତିଲତା ସାହା ୩୧୭ ଟଙ୍କା ଓ ଅନିରୁଦ୍ଧ ଚନ୍ଦନ ୩୧୭ ଟଙ୍କା ସର୍ବମୋଟ ୪୦୦୩ ଟଙ୍କା ପ୍ରଦାନ କରିଛନ୍ତି । ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ କାନିଯୁରିର ସମସ୍ତ କର୍ମଚାରୀ ମାନଙ୍କ ଏପରି ମହତ୍ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଟିଟିଲାଗଡରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ OdiaBarta.in

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.