ଏକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଦ୍ଵାରା ୨୦୦ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର,୩୦/୩ : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ହୋଇଛି । କାମ ଧନ୍ଦା ବନ୍ଦ ଯୋଗୁଁ ଗରିବ ଖଟିଖିଆ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଦି ଓଳି ଦି ମୁଠା ଖାଇବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏପରି ସମୟରେ ଏମାନଙ୍କୁ ସହଯୋଗର ହାତ ବଢାଇଛି ଏକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିଏସନ ବଲାଙ୍ଗିର । ସହରର ରୁଗୁଡିପଡା ,ଫଳସା ପତ୍ରି ପଡ଼ାରେ ରହୁଥିବା ଥଣ୍ଡା ଓ କୁଲଫି ବେପାରୀ, ରେଲୱେ ଷ୍ଟେସନ ପରିସରରେ ରହି ମାଗି ଜାଚି ଖାଉଥିବା ଲୋକ ଓ ସହରର ଅନ୍ୟାନ୍ୟ ପଡାରେ ରହୁଥିବା ୨୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି ସଂଘ । ସୂଚନାଯୋଗ୍ୟ, ଏହି ଏସୋସିଏସନର ସଦସ୍ୟ ମାନେ ସାମ୍ବାଦିକତା ସହ ସଦାସର୍ବଦା ଜନ ହିତକର କାର୍ଯ୍ୟ କରିଥାନ୍ତି।

ସଙ୍ଘର ସଭାପତି ସୁଶାନ୍ତ କୁମାର ଠାକୁରଙ୍କ ନେତୃତ୍ବରେ ଏହି ଜନହିତକର କାର୍ଯ୍ୟରେ ଉପସଭାପତି ଶ୍ରୀମନ୍ତ ପଣ୍ଡା, ସମ୍ପାଦକ ପ୍ରଣୟ ଗଡ଼ତୀୟା, କୋଷାଧ୍ୟକ୍ଷ ସାନୁଜ ମିଶ୍ର, ଦିଲ୍ଲୀପ ଆଚାର୍ଯ୍ୟ, ବିକ୍ରମ ପାତ୍ର, ମନୋରଞ୍ଜନ ଘଡେ଼ଇ, ସମୀର ଦାସ, ମଳୟ ମିଶ୍ର, ବିଶ୍ବମ୍ବର ପୁଝାରି, ଲଷ୍ମୀନାରାୟଣ ପଟ୍ଟନାୟକ, ମନୋରଞ୍ଜନ ସାହୁ,ରାଜୁ ମୋଦି, ମନୋଜ ଜୈନ, ପ୍ରେମାନନ୍ଦ ପ୍ରଧାନ, ସଞ୍ଜୟ ମିଶ୍ର,ବିକାଶ ମିଶ୍ର ଓ ମୁନା ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.