ରାୟଗଡ, ବିଷମକଟକ ଓ ଗୁଣପୁରର ୩୦କଏଦୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ

ରାୟଗଡ,୩୧/୩ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଫଳରେ କୋର୍ଟଗୁଡିକରେ ଅନେକ ମାମଲାର ବିଚାର ହୋଇ ପାରୁ ନ ଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାରାଗାରରେ ଆଇପିସି ଧାରା ୩୭୯, ୪୯୮ ଓ ଅବକାରୀ ମାମଲାରେ ଓ ୭ବର୍ଷ ତଥା ୭ବର୍ଷରୁ କମ ସଜ୍ଜା କାଟୁଥିବା ବିଚାରଧୀନ କଏଦୀମାନଙ୍କୁ ମଧ୍ୟବର୍ତିକାଳୀନ ଜାମିନ ପ୍ରଦାନ ପାଇଁ ରାଜ୍ୟ ସ୍ତରୀୟ ଏକ ବୈଠକ କରି ନିଷ୍ପତି ନେବା ପାଇଁ କୁହାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଳାସ୍ତରୀୟ କମିଟିରେ ଜିଲ୍ଳାପାଳ, ଏସପି ଓ ଜିଲ୍ଳା ଜର୍ଜଙ୍କ ମିଳିତରେ ଏକ ଯୁଗ୍ମ ବୈଠକ କରାଯାଇ ନିଷ୍ପତି ନେବା ପାଇଁ କୁହାଯାଇଥିଲା । ଏହି କ୍ରମରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ. ଓ ଅତିରକ୍ତ ଜିଲ୍ଳା ଦୈାରା ଜଜ୍ ଜ୍ଞାନେନ୍ଦ୍ର ବାରିକ ପ୍ରମୁଖଙ୍କୁ ନେଇ ସୋମବାର ଦିନ ରାୟଗଡ ଜିଲ୍ଳା ଓ ଦୈାରାଜର୍ଜଙ୍କ ଅଦାଲତ ପରିସରରେ ଥିବା ଭିଡିଓ କନଫ୍ରେସିଙ୍ଗ ହଲରେ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାୟଗଡ ଉପ କାରାଗାରର ୧୯ଜଣ, ବିଷମକଟକର ୩ଜଣ ଓ ଗୁଣପୁର ଉପ କାରାଗାରାର ୮ଜଣ ସମୁଦାୟ ୩୦ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ ପାଇଁ ଆଲୋଚନା କରିଥିବା ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ବଣା ବିବେକ ପ୍ରକାଶ କରିଛନ୍ତି । ସେହିପରି ଲକଡାଉନ ପ୍ରତ୍ୟାହାର ପରେ କୋର୍ଟର ପରବର୍ତୀ ନିର୍ଦ୍ଦେଶ ପରେ ଏମାନେ ପୁଣି ଥରେ ହାଜିର ହେବା ପାଇଁ କୁହାଯାଇଛି ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

______________________________________

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.