ବୋରିଆ ଗାଁ ଭିତରକୁ ଅଜଣା ଲୋକ ପଶିବା ମନା

କରୋନା ସଂକ୍ରମଣକୁ ନେଇ ଗାଁବାସୀ କଲେ ରାସ୍ତା ସିଲ୍

କଳାହାଣ୍ଡି,୩୧/୩ : ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ଲକ ଡାଉନ ଘୋଷଣା ଆଜି ସପ୍ତମ ଦିନରେ ପହଞ୍ଚିଛି । ଏଥିପାଇଁ ସରକାର ସମସ୍ତ ରାଜ୍ୟ ଏବଂ ଜିଲ୍ଲାର ସୀମାକୁ ବନ୍ଧ କରିବା ପାଇଁ ଘୋଷଣା କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ଗାଁରେ ମଧ୍ୟ କରୋନାରୁ ମୁକ୍ତି ପାଇବା ପାଇଁ ଗାଁର ସଚେତନ ନାଗରିକ, ଯୁବଗୋଷ୍ଠୀ, ଆଗେଇଆସି ସୋମବାର ଗାଁ ରାସ୍ତାକୁ ବାଉଁଶ ଦେଇ ସିଲ କରିଛନ୍ତି । ଯେମିତିକି ବାହାରର ଅଜଣା ଲୋକ ଗାଁ ଭିତରକୁ ନ ପଶିବା ପାଇଁ ବାରଣ କରାଯାଇଛି । ଗାଁର ଯେଉଁ ବ୍ୟକ୍ତି ଗାଁରେ ପ୍ରବେଶ କରିବ ପ୍ରଥମେ ସାବୁନରେ ଭଲଭାବେ ହାତଧୋଇ ଗାଁ ମଧ୍ୟ କୁ ଯିବ ।

ଏଥିପାଇଁ ଗାଁର ବରିଷ୍ଠ ସଚେତନ ନାଗରିକ ଗଗନେଶ୍ୱର ସ୍ୱାଇଁ ଙ୍କ ତତ୍ୱବଧାନ ଏବଂ ୱାର୍ଡ ସଭ୍ୟ ବଳରାମ ନାଏକ,ଗାଁର ଯୁବଗୋଷ୍ଠୀ ଦୁଷ୍ମନ୍ତ ନାୟକ,ଅରବିନ୍ଦ ପଧାନ, ସାଜିସ ପଧାନ,ଅନିଲ ନାଏକ, ସତ୍ୟବାନ ସ୍ୱାଇଁ,ଧରଣୀଧର ବଗର୍ତ୍ତି, କାମାକ୍ଷ୍ୟ ବଗର୍ତ୍ତି, ହିତେଶ ପଧାନ, ସୁରଥ ସ୍ୱାଇଁ, ରାହୁଲ ବାଗ, ମଣ୍ଟୁ ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ କୁମୁଦ ଚନ୍ଦ୍ର ବଗର୍ତ୍ତିଙ୍କ ପ୍ରଚେଷ୍ଟାରେ ଗାଁର ଜନ ସାଧାରଣଙ୍କୁ ଘରୁ ପଦାକୁ ନ ବାହାରିବା, ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଆଗାମୀ ଦିନରେ ଗାଁର ସମସ୍ତ ରାସ୍ତା ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଇଛି ।

 

ଅନ୍ୟପଟେ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ଲକ ଡାଉନ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି । ଚାରିପଟେ ରାସ୍ତା ଖାଁ ଖାଁ ଦେଖାଯାଉଛି । ପ୍ରତ୍ୟକ ସମୟରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ କଡ଼ାକଡ଼ି କରାଯାଇଛି । ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ପାଳନ କରିବା ଏବଂ ଘରୁ ପଦାକୁ ନ ବାହାରିବା ଲାଗି ଡ଼ାକବାଜି ଯନ୍ତ୍ରରେ ସଚେତନ କରୁଛି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.