ଲକ୍ ଡାଉନ୍‌ ଯୋଗୁଁ ସହରର ପ୍ରଦୂଷଣ ମାତ୍ରା କମିଲା : ହେଉନାହିଁ ଆବର୍ଜନା ଠୁଳ

ବାଲେଶ୍ଵରରେ ବାୟୁ ପ୍ରଦୂଷଣ କମିଲା ୧୦ ପ୍ରତିଶତ

Omkar Vasthu
Omkar Vasthu

ସହରରେ ଯାନବାହନ ଚଳାଚଳ ୯୦% ହ୍ରାସ

Pearl dental clinic
Near Ashish Medical Store, Bhawanipatna

ବାଲେଶ୍ବର,୩୧/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଲକ୍ ଡାଉନ୍‌ ଯୋଗୁଁ ଆଉ କିଛି ହେଉ କି ନହେଉ, ପରିବେଶରେ ଆସିଛି ଆଶାତୀତ ସୁଧାର। ଅର୍ଥାତ, ଲକ୍ ଡାଉନ୍ କଟକଣା ଯୋଗୁଁ ଗାଡିମୋଟର ଚଳାଚଳରେ ରୋକ୍ ଲାଗିବା ସହ କଳକାରଖାନା ମଧ୍ୟ ବନ୍ଦ ରହିଛି। ଫଳରେ ଧୂଆଁ ଧୂଳି ଯୋଗୁଁ ହେଉଥିବା ବାୟୁ ମଣ୍ଡଳର ପ୍ରଦୂଷଣ ମାତ୍ରା କମିଛି କହିଲେ ଭୁଲ ହେବ ନାହିଁ। ଏହାଛଡା ଶବ୍ଦ ବା ନୋଏଜ୍ ଯୋଗୁଁ ହେଉଥିବା ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି। ଏହା ପ୍ରକୃତି ପାଇଁ ବରଦାନ ସଦୃଶ ବୋଲି ଗୃହବନ୍ଦୀ ହୋଇ ରହିଥିବା ବହୁ ବରିଷ୍ଠ ନାଗରିକ କହିଛନ୍ତି।

Udyog Nursery
Udyogi Nursery

ସୂଚନାନୁସାରେ, ମାର୍ଚ୍ଚ ୨୨ରୁ ଲକ୍ ଡାଉନ୍ ଆରମ୍ଭ ହେବା ଫଳରେ ଏଇ କିଛି ଦିନ ଭିତରେ ସାରା ଦେଶ ସମେତ ବାଲେଶ୍ବର ସହରରେ ବାୟୁ ପ୍ରଦୂଷଣର ମାତ୍ରା କମିଥିବା ଜଣାପଡ଼ିଛି। ପ୍ରାୟ ଗୋଟିଏ ସପ୍ତାହ ହେବ ସାରା ଦେଶ ଲକ୍ ଡାଉନ୍‌ରେ ଥିବାବେଳେ ଗାଡ଼ି ଚଳାଚଳ ଓ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଏକ ପ୍ରକାର ଠପ୍‌ ହୋଇଯାଇଛି। ଫଳରେ ସହରରେ ପ୍ରତିବର୍ଷ ପରି ଚଳିତବର୍ଷ ବାୟୁ ପ୍ରଦୂଷଣର ମାତ୍ରା ପ୍ରାୟ ୧୦ ପ୍ରତିଶତ କମିଛି।

ଏକ ରିପୋର୍ଟ ଅନୁସାରେ, ଏହି ଲକ୍ ଡାଉନ୍‌ ସମୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ମେଟ୍ରୋ ସହରରେ ମଧ୍ୟ ଏକ୍ୟୁଆଇ(ଏୟାର୍ କ୍ବାଲିଟି ଇନଡେକ୍ସ୍‌) ହ୍ରାସ ପାଇଥିବା ଜଣାପଡ଼ିଛି।

ବାୟୁ ପ୍ରଦୂଷଣ ଦ୍ବାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର ମଧ୍ୟରୁ ବାଲେଶ୍ବର ଅନ୍ୟତମ ବୋଲି ନିକଟରେ ଏକ ରିପୋର୍ଟ ଚିନ୍ତାରେ ପକାଇଥିଲା ସହରବାସୀଙ୍କୁ। ଉକ୍ତ ରିପୋର୍ଟ ଅନୁସାରେ ଓଡ଼ିଶାରେ ବାଲେଶ୍ବର ସମେତ ୭ଟି ସହର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଅନ୍ତର୍ଭୁକ୍ତ। କଳକାରଖାନା ଓ ଯାନବାହାନରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ସ୍ଥଳିରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ ବାଲେଶ୍ବରବାସୀଙ୍କ ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବା ବେଳେ ଆଜିର ଲକ୍ ଡାଉନ୍ ସେଥିରେ ସୁଧାର ଆଣିପାରିଛି କହିବା ଅପ୍ରାସଙ୍ଗିକ ହେବ ନାହିଁ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜିଲ୍ଲା ଅଧିକାରୀ ଡକ୍ଟର ପ୍ରକାଶ କୁମାର ମହାପାତ୍ରଙ୍କ କହିବାନୁଯାୟୀ, ଲକ୍‌ଡାଉନ୍ ଆରମ୍ଭରୁ ବାୟୁ ପ୍ରଦୂଷଣ କମିଥିବା ଜଣା ପଡ଼ିଛି। ପ୍ରତିବର୍ଷ ବାଲେଶ୍ବର ସହରରେ ପ୍ରଦୂଷଣ ମାତ୍ରା ଶତ ପ୍ରତିଶତ ରହୁଥିବା ବେଳେ ଚଳିତ ବର୍ଷ ଶତ ପ୍ରତିଶତରୁ କମ୍ ରହିଛି। ଏଥିପାଇଁ ଆମେ ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ‌ବୋର୍ଡର ସହଭାଗିତାରେ ବର୍ଷଯାକ ବାୟୁମଣ୍ଡଳର ଗୁଣବତ୍ତାକୁ ଆକଳନ କରି ମାପୁଛୁ। ସପ୍ତାହକୁ ଦୁଇଥର ଏହି ପ୍ରକାର ଏୟାର୍ ପଲ୍ୟୁସନ୍ ଟେଷ୍ଟ୍ କରାଯାଉଛି। ଏହି ଲକ୍ ଡାଉନ୍ ସମୟରେ ବି ଆମେ ଏହାକୁ ଜାରି ରଖିଛୁ। ସହରରେ ଏଥିପାଇଁ ତିନୋଟି ଷ୍ଟେସନ୍ କରାଯାଇଛି।ଅଙ୍ଗାରଗଡ଼ିଆସ୍ଥିତ ଡିଆଇସି ଅଫିସ, ଗଣେଶ୍ବରପୁର ଓ ଇମାମୀ ପେପର୍ ମିଲ୍‌ କଲୋନିରେ ଏହି ଷ୍ଟେସନ ସ୍ଥାପିତ ହୋଇ ଏୟାର୍ କ୍ବାଲିଟି ମନିଟୋରିଂ କରାଯାଉଛି। ଶେଷଥର ଆମେ ଗତ ୨୩ ତାରିଖରେ ଏୟାର୍ କ୍ବାଲିଟି ଯାଞ୍ଚ୍ କରିଥିଲୁ।

ଜିଲ୍ଲା ପ୍ରଦୂଷଣ କାର୍ଯ୍ୟାଳୟର ତଥ୍ୟ ଅୁନସାରେ, ଗତବର୍ଷ ଏହି ସମୟ‌ରେ ଗଣେଶ୍ବରପୁରରେ ବାୟୁ ପ୍ରଦୂଷଣର ମାତ୍ରା ୮୮ ମାଇକ୍ରୋ ପର୍‌ ମିଟରକ୍ୟୁବ୍‌(ୟୁନିଟ୍‌) ଥିବାବେଳେ ଏବେ ୮୪ ମାଇକ୍ରୋଗ୍ରାମ୍‌ ପର୍ ମିଟରକ୍ୟୁବ୍‌ ରହିଛି। ସେହିପରି ଅଙ୍ଗାରଗଡ଼ିଆରେ ୮୭ ମାଇକ୍ରୋ ପର୍‌ ମିଟରକ୍ୟୁବ୍‌ ଥିବା ପ୍ରଦୂଷଣ ମାତ୍ରା ଏବେ ୮୦ ମାଇକ୍ରୋ ପର୍‌ ମିଟରକ୍ୟୁବ୍‌ କୁ ଖସିଛି। ଇମାମୀରେ ଗତବର୍ଷ ୯୩ ମାଇକ୍ରୋ ପର୍‌ ମିଟରକ୍ୟୁବ୍‌ ଥିଲା ଯାହା ଏବେ ହୋଇଛି ୮୮ ମାଇକ୍ରୋ ପର୍‌ ମିଟରକ୍ୟୁବ୍‌।

ଏହାକୁ ଦୃଷ୍ଟିରେ ରଖିଲେ ସହରରେ ପ୍ରାୟ ୧୦ ପ୍ରତିଶତ ବାୟୁ ପ୍ରଦୂଷଣ କମିଛି ବୋଲି କୁହାଯାଇ ପାରିବ। କହିବାକୁ ଗଲେ ଏହି ସମୟରେ ଧୂଳିର ପରିମାଣ ଓ ଗାଡ଼ି ଦ୍ବାରା ନିର୍ଗତ ଧୂଆଁ ବି କମିଯାଇଛି। ସେଥିପାଇଁ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.