ଲକଡାଉନ ନିୟମ ଉଲଂଘନ : ୧୮ଜଣ ଗିରଫ ସହ ୨ଟି ଆମ୍ବୁଲାନ୍ସ ଓ ୩୩ଟି ବାଇକ୍ ଜବତ୍‌

ରାୟଗଡ ଟାଉନ ପୋଲିସର କାର୍ଯ୍ୟାନୁଷ୍ଠାନ

ନିୟମାବଳୀ ମାନି ଚଳିବାକୁ ପୋଲିସର ଅନୁରୋଧ

ରାୟଗଡ,୩୧/୩ : ମହାମାରୀ କରୋନା ସଂକ୍ରମଣ ବ୍ୟାପିବାକୁ ଆଶଙ୍କା କରି କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରି ଏହାକୁ ୨୧ଦିନ ପାଇଁ ବଳବତର ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ସହ ସାମାଜିକ ଦୂରତା ରକ୍ଷା କରି ରହିବା ପାଇଁ ସରକାର ନିୟମାବଳୀ ମାନି ସର୍ତକତା ଅବଲମ୍ବନ କରି ଚଳିବା ପାଇଁ ନିବେଦନ କରିଥିଲେ । ତେବେ କିଛି ଅମାନିଆ ଲୋକେ ବିନା କିଛି ଜରୁରୀ କାମ ନ ଥିଲେ ମଧ୍ୟ ଘରୁ ବାହାରି ଜନଗହଳି ସୃଷ୍ଟି କରିବା ପାଇଁ ଚେଷ୍ଠା କରିବା ସହ କ୍ୱାରାନ୍ଟାଇନ୍ ନିୟମକୁ ମଧ୍ୟ ଉଲଂଘନ କରୁଥିଲେ ।

ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ତପନ ନାରାୟଣ ରଥଙ୍କ ତତ୍ୱବଧାନରେ ଟାଉନ ଥାନ ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏସ.ଆଇ.ରିଗାନ କିଣ୍ଡୋ, ମାନସ କୁମାର ସାହୁ, ଏଏସଆଇ ପି.ରାବଣା, କେ.ସିଏଚ.ବେହେରା, ଗୋପାଳ ନାୟକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ସହରର ସମସ୍ତ ପ୍ରବେଶ ପଥରେ ନାକା ଚେକିଂ ସହ ପେଟ୍ରୋଲିଂ ଓ ଚଢାଉ କରୁଛନ୍ତି । ଫଳରେ ରାୟଗଡ ଟାଉନ ପୋଲିସ ତରଫରୁ ପେଟ୍ରୋଲିଂ, ନାକା ଚେକିଂ ଓ ଚଢାଉ ଜାରି ରହିଥିବା ଯୋଗୁଁ ଲକଡାଉନ ନିୟମ ଉଲଂଘନକାରୀ ୧୮ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୩୩ଟି ମୋଟର ବାଇକ ସମେତ ୨ଟି ଆମ୍ବୁଲାନ୍ସକୁ ଜବତ କରାଯାଇଛି । ଏ ନେଇ ପୋଲିସ ଠାରୁ ମିଳିଥିବା ସୂଚନା ପ୍ରକାରେ ଗୋଟିଏ ଆମ୍ବୁଲାନ୍ସ ୬ଜଣ ଯାତ୍ରୀଙ୍କୁ ନେଇ କୋରାପୁଟର ଦାମନଯୋଡିକୁ ଯାଉଥିବା ବେଳେ ଏବଂ ଅନ୍ୟ ଏକ ଆମ୍ବୁଲାନ୍ସ କାଶିପୁର ବ୍ଳକ ଦୋରାଗୁଡା ଠାରୁ ଭଂଜନଗରକୁ ଯିବା ପାଇଁ ୧୨ଜଣ ଯାତ୍ରୀଙ୍କୁ ନେଇ ଯିବା ବେଳେ ରାୟଗଡ ପୋଲିସର ନାକା ଚେକିଂ ସମୟରେ ଧରାପଡିଥିଲେ ।

ଏହାକୁ ନେଇ ରାୟଗଡ ଟାଉନ ଥାନାରେ କେସ ନମ୍ବର ୧୦୮ ଓ ୧୦୯ରେ ଦୁଇଟି ପୃଥକ୍ ମାମଲା ରୁଜୁ କରାଯାଇଛି । ସେହିପରି ରାୟଗଡ ସହରର ରେଳବାଇ ଗ୍ରାଉଣ୍ଡ ଛକ ଓ ରାଣୀଗୁଡା ଛକ ଅଂଚଳରେ ରାତ୍ର ୯ଟାରୁ ୧୧ଟା ମଧ୍ୟରେ ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୈାଣସି ଜରୁରୀ କାର୍ଯ୍ୟ ନ ଥାଇ ମଧ୍ୟ ଖାଲି ସମୟ ଅତିବାହିତ କରିବା ସହ ଲକଡାଉନ ନିୟମକୁ ଉଲଂଘନ କରି ଟହଲ ମାରୁଥିବା ବେଳେ ୩୩ଟି ମୋଟର ବାଇକ୍‌କୁ ଜବତ କରିଛନ୍ତି । ଏ ନେଇ ରାୟଗଡ ଥାନାରେ କେସ ନମ୍ବର ୧୧୦ ଓ ୧୧୧ରେ ମାମଲା ରୁଜୁ କରିଛି । ତେଣୁ ପୋଲିସର କଡା ନଜର ଲକଡାଉନ ଉଂଲଘନକାରୀଙ୍କ ଉପରେ ରହିଥିବା ବେଳେ ବିନା ଜରୁରୀ କାମ ନ ଥିଲେ ଘରୁ ନ ବାହରିବା
ପାଇଁ ପୋଲିସ ନିବେଦନ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.