ଓଡ଼ିଶାର ଚତୁର୍ଥ କରୋନା ରୋଗୀ ଚିହ୍ନଟ, ଭୁବନେଶ୍ୱର ବାହାରର ପ୍ରଥମ ଆକ୍ରାନ୍ତ

ଭୁବନେଶ୍ଵର,୩୧/୩: ରାଜ୍ୟରେ ଆଉଜଣେ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ସଂକ୍ରମିତ ୨୯ ବର୍ଷୀୟ ଯୁବକଙ୍କ ଘର ଭଦ୍ରକରେ ଓ ନିକଟରେ ସେ ଦୁବାଇରୁ ଫେରିଥିଲେ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି।

Omkar Vasthu
Omkar Vasthu

ଏହା ପୂର୍ବରୁ ଚିହ୍ନଟ ହୋଇଥିବା ୩ଜଣ ଯାକ ରୋଗୀ ଭୁବନେଶ୍ଵରର ବାସିନ୍ଦା ଥିଲେ। ସେମାନଙ୍କ ଚିକିତ୍ସା ଜାରି ରହିଛି ଓ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ୪ର୍ଥ ରୋଗୀ ଭଦ୍ରକରୁ ଚିହ୍ନଟ ହେବା ପରେ ରାଜ୍ୟର ବିଭିନ୍ନ ସହରାଂଚଳର ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଚତୁର୍ଥ ସଂକ୍ରମିତ କେଉଁ ଫ୍ଲାଇଟରେ ଆସିଥିଲେ ଆଉ କେତେ ଜଣଙ୍କ ସହ ସଂସ୍ପର୍ଶରେ ଆସିଥିଲେ, ତାର ଯାଞ୍ଚ ଆରମ୍ଭ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୧୩୭ଟି ନମୂନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଆରଏମଆରସିରେ ୧୧୯ଟି, ଏମ୍ସରେ ୧୫ଟି ଓ ଏସସିବିରେ ୩ଟି ନମୂନା ପରୀକ୍ଷା ହୋଇଥିଲା। ଏଥିରୁ ଏମ୍ସରେ ପରୀକ୍ଷା ହୋଇଥିବା ନମୂନା ପଜିଟିଭ ଆସିଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ ବିଦେଶୀ ନାଗରିକ ଅଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ସର୍ବାଧିକ କରୋନା ସଂକ୍ରମିତ କେରଳରୁ ଆସିଛି। ଏହି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.