ଆସୁଛି ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ, ଜାଣନ୍ତୁ କେବେ ପାଳନ କରାଯାଏ ରାମନବମୀ

ନାତନ ଧର୍ମଧାରାରେ ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ଗ୍ରହଣ କରାଯାଏ। ତ୍ରେତୟା ଯୁଗରେ ପରମ ପବିତ୍ର ରଘୁକୁଳରେ ସେ ଆବିର୍ଭୂତ ହୋଇଥିବା ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇଛି। ଶ୍ରୀରାମଙ୍କ ଜନ୍ମ ଦିବସକୁ ରାମନବମୀ ରୂପେ ପାଳନ କରାଯାଏ । ହିନ୍ଦୁ କେଲେଣ୍ଡର୍ ଅନୁସାରେ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଏହି ପର୍ବ ପଡିଥାଏ । ପୁରାଣମାନଙ୍କ ବର୍ଣ୍ଣନା ଅନୁସାରେ ଚୈତ୍ର ଶୁକ୍ଲ ନବମୀ ଦ୍ବିପହର ସମୟରେ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ଅଯୋଧ୍ୟା ସମେତ ସାରା ଦେଶରେ ବଡ ଧୁମଧାମରେ ପାଳିତ ହୋଇଥାଏ ରାମନବମୀ ।

ରାମନବମୀ ୨୦୨୦

ଏବର୍ଷ ୨ ଏପ୍ରିଲ ଗୁରୁବାର ପ୍ରାତଃ ଘ.୩.୪୦ ମି.ରୁ ନବମୀ ଆରମ୍ଭ ହୋଇ ୩ ଏପ୍ରିଲ ଶୁକ୍ରବାର ପ୍ରାତଃ ଘ.୨.୪୩ମି. ପର୍ଯ୍ୟନ୍ତ ରହିବ। ଏହି ଦିନ ସକାଳ ଘ.୧୧.୧୦ ମି.ରୁ ଦ୍ୱିପ୍ରହର ଘ.୧.୪୦ ମି. ପର୍ଯ୍ୟନ୍ତ ଆପଣ ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବର ଶୁଭ ମୁହୂର୍ତ୍ତ ମାନି ପାରନ୍ତି।

ରାମନବମୀ ବ୍ରତ ପୂରଣ କରେ ସବୁ ମନସ୍କାମନା

ରାମନବମୀ ବ୍ରତ ପାଳନ କରୁଥିବା ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ। ଏହି ବ୍ରତ ରଖିବା ଦ୍ବାରା ସବୁ ପ୍ରକାର ପାପ ବିନାଶ ହୋଇଥାଏ ଓ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏଥର ରାମନବମୀର ବିଶେଷତ୍ବ

ଏଥର ରାମନବମୀ ଗୁରୁବାର ଦିନ ପଡୁଛି। ଗୁରୁବାର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପାଇଁ ସମର୍ପିତ ହୁଏ। ଭଗବାନ ଶ୍ରୀରାମ ଶ୍ରୀହରି ବିଷ୍ଣୁଙ୍କ ଅବତାର ଅଟନ୍ତି। ଗୁରୁବାର ଦିନ ଭଗବାନ ଶ୍ରୀରାମଙ୍କ ପୂଜା କରିବା ଅର୍ଥ ହେଲା ଭଗବାନ ବିଷ୍ଣୁଙ୍କ ଭକ୍ତି। ଏହି ଦିନ ରାମନବମୀ ବ୍ରତ ରଖୁଥିବା ଲୋକଙ୍କୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ।

________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.