ଲାଞ୍ଜିଗଡ : ପତ୍ରାପଡା ଠାରେ ଡଃ ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ପାଳନ

ଲାଞ୍ଜିଗଡ,୧୫/୪: ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳିତ ହୋଇଛି। ଭାରତୀୟ ସମ୍ବିଧାନର ପ୍ରଣେତା ଓ ଆଧୁନୀକ ଭାରତର ନିର୍ମାତା ମାନଙ୍କ ମଧ୍ୟରେ ଅନ୍ୟତମ ବାବାସାହେବଙ୍କ ସଂଘର୍ଷ ଓ ବଳିଷ୍ଠ ବିଚାର ଧାରାକୁ ସ୍ମରଣ କରିଛି ଦେଶ । ସେହି କ୍ରମରେ ଲାଞ୍ଜିଗଡର ପତ୍ରାପଡା ଠାରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି ।

ପତ୍ରାପଡା ବାବା ସାହେବ ଯୁବକ ସଂଘ ସଭାପତି ଭାସ୍କର ହରପାଲଙ୍କ ଅଧ୍ୟକ୍ଷତାରେ ଅାୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ମୁଖ୍ୟ ଅତିଥି, ଛତ୍ରପୁର ପଞ୍ଚାୟତ ବିଜେଡି ସଭାପତି ମହେନ୍ଦ୍ର କରୁଆଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଡଃ ଆମ୍ବେଦକରଙ୍କ ବିଚାରଧାରା ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ସୁବାସ ହିଆଲ ମଞ୍ଚ ପରିଚାଳନା କରିଥିବାବେଳେ ଶରତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାଝୀ କ୍ଲବର ସମସ୍ତ ସଦସ୍ୟଙ୍କୁ କରୋନା ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ସଭାପତି ଶରତ ନାଏକ, ମହାନ୍ତି କରୁଆ, ସୁବାଷ ହିଆଲ, ଭଲୁଚନ୍ ହରପାଲ, ସୁରେନ୍ଦ୍ର ହରପାଲ ସହ ଯୁବ କେନ୍ଦ୍ରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.