ବିଶିଷ୍ଟ ଲେଖକ ଡ. ରତ୍ନାକର ଚଇନିଙ୍କ ପରଲୋକ

କଟକ,୧୮/୪: ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ ରତ୍ନାକର ଚଇନିଙ୍କ ପରଲୋକ ଘଟିଛି। ଆଜି କଟକ ଠାରେ ୭୪ ବର୍ଷ ବୟସରେ ତାଙ୍କ ନିଧନ ଘଟିଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ରାଜ୍ୟର ସହିତ୍ୟପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

ତାଙ୍କର ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଥିବା ବେଳେ ଜଣେ ସାହିତ୍ୟ ସଂଗଠକ ତଥା ଶିକ୍ଷାବିତ୍ ଭାବେ ଡ. ଚଇନି ଲୋକପ୍ରିୟ ଥିଲେ। ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରତ୍ନାକର ଚଇନିଙ୍କ ପ୍ରକାଶିତ ପୁସ୍ତକ:

ନାଟକ

  • ନାଟ୍ୟ ରତ୍ନାକର (୨୦୦୭)
  • ତ୍ରିଧାରା (୨୦୦୬)
  • ସୁନାକଳସ (୧୯୯୮)
  • ପକ୍ଷ ଓ ଚରିତ୍ର (୧୯୮୭)
  • ଅଥଚ ଚାଣକ୍ୟ (୧୯୮୨)
  • ମୁଖା (୧୯୮୦)
  • ପୁନଶ୍ଚ ପୃଥିବୀ (୧୯୭୭)
  • କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ)
  • ଅପଦେବତା (୧୯୭୩)
  • ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨)
  • ମଞ୍ଚନାୟିକା (୧୯୬୮)
  • ଅସ୍ତରାଗର ଚନ୍ଦ୍ର (୧୯୬୭)
  • ଶେଷ ଅଶ୍ରୁ (୧୯୬୬)

କ୍ଷୁଦ୍ରଗଳ୍ପ

  • ନିଷିଦ୍ଧ ଶୃଙ୍ଗାର (୧୯୮୪)
  • ଋତୁର ନାମ ପିପାସା (୧୯୮୩)
  • ସୂର୍ଯ୍ୟାସ୍ତର ଉପବନ (୧୯୭୯)
  • କହ ଲଳିତା (୧୯୭୭)
  • ମୁଠାଏ ଶୂନ୍ୟତା (୧୯୭୩)
  • ଗପ (୧୯୭୨)

ଉପନ୍ୟାସ

  • ଫୁଲଫଗୁଣ (୧୯୬୮)
  • ଅବ୍ୟକ୍ତ ଗୋଧୁଳି (୧୯୬୭)
  • ରାତ୍ରୀର ରଜନୀଗନ୍ଧା (୧୯୬୫)
  • ଲୁହ ଲହରୀ (୧୯୬୩)

ଆଲୋଚନା ଓ ସମାଲୋଚନା

  • ଆଧୁନିକ ଓଡ଼ିଆ ନାଟକ ଏକତୁଳନାତ୍ମକ ଅଧ୍ୟାୟ (୨୦୦୧)
  • ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ
  • ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮),
  • ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮)(ପି.ଏଚ୍‌.ଡ଼ି. ଉପାଧି ସନ୍ଦର୍ଭ)
  • କବି ଗୋପାଳକୃଷ୍ଣ (୧୯୭୦)
  • ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦)

ସମ୍ପାଦନା

  • ଅଚ୍ୟୁତାନନ୍ଦ ରଚନାବଳୀ
  • ଆଜିର ଗଳ୍ପ
  • ଆଜିର ପ୍ରବନ୍ଧ
  • କାବ୍ୟ-କବିତା
  • ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ
  • ଓଡ଼ିଆ ଭାଷାକୋଷ ୮ ଖଣ୍ଡ ଓ ପରବର୍ତ୍ତୀ ଖଣ୍ଡ ସମ୍ପାଦନା କର୍ମରେ ଜଡ଼ିତ

ଆତ୍ମଜୀବନୀ

  • ଜୀବନ କମାରଶାଳ

ଅନୁବାଦ

  • ଭିରେଶ ଲିଙ୍ଗମ୍‌ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କି ଏନ୍‌.ବି.ଟି. ନୂଆଦିଲ୍ଲୀ)

ଇଂରାଜୀ

  • Achyutananda Das, Contribution of ‘Pancha sakha’s the five saint- poets of Orissa.

ଡ. ଚଇନି ପାଇଥିବା ପୁରସ୍କାର ଓ ସମ୍ମାନ:

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭ (କଳଙ୍କିତ ସୂର୍ଯ୍ୟ)
  • ସାହିତ୍ୟ ଭାରତୀ ସମ୍ମାନ (ସାମଗ୍ରୀକ କୃତି, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ) – ୨୦୧୬
  • ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍‌ନାଲ ଥିଏଟର ଫେଷ୍ଟିଭାଲ (୨୦୦୩)
  • ଗଣକବି ବୈଷ୍ଣବ ପାଣି ସମ୍ମାନ (୧୯୯୯)
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଉତ୍କଳ ସାହିତ୍ୟ ସମ୍ମାନ (୧୯୯୯)
  • ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ (୧୯୯୭)
  • ରାମଚନ୍ଦ୍ର ମିଶ୍ର- ନାଟ୍ୟ ସମ୍ମାନ (୧୯୯୫)
  • ସମ୍ମାନଜନକ ଆଦି- ନାଟ୍ୟକାର ସମ୍ମାନ (୧୯୯୩ )
  • ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର (୧୯୮୫) (କ୍ଷୁଦ୍ର ଗଳ୍ପ)
  • ଉନ୍ମେଷ ସମ୍ମାନ, କଟକ (୧୯୮୩) (ସମାଲୋଚନା ସାହିତ୍ୟ)
  • ୟୁରେକା ସମ୍ମାନ, କଟକ (୧୯୮୧) (ସାମଗ୍ରୀକ କୃତି)
  • ଧରିତ୍ରୀ- ସାହିତ୍ୟ ସମ୍ମାନ (୧୯୮୦) (ସାମଗ୍ରୀକ କୃତି)
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)।

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.