ଲକଡ଼ାଉନ : ୨୬ଜଣ ଶ୍ରମିକ ପାଦରେ ଚାଲି ଚାଲି ଯାଉଛନ୍ତି ଫୁଲବାଣୀରୁ ପାପାଡ଼ାହାଣ୍ଡି

କଳାହାଣ୍ଡି,୧୮/୪ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନରେ ରହିଛି । ତେବେ ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏହି କ୍ରମରେ ଆଜି ମ.ରାମପୁର ଦେଇ ୨୬ଜଣ ଶ୍ରମିକ ଫୁଲବାଣୀରୁ ନବରଙ୍ଗପୁର ଜିଲ୍ଲା ପାପାଡ଼ାହାଣ୍ଡି କୁ ପାଦରେ ଚାଲି ଚାଲି ଯାଉଥିବା ଦେଖାଯାଇଛି । ଏହି ଶ୍ରମିକମାନେ ଫୁଲବାଣୀରେ ରାସ୍ତାକାମ କରୁଥିବା ବେଳେ ଲକଡ଼ାଉନ ପରେ ଠିକାଦାର ଏମାନଙ୍କ କଥା‌ବୁଝିବାକୁ ମନା କରିଦେବାରୁ ଉପାୟ ଶୂନ୍ୟ ହେଇ ଏମାନେ କପାଳକୁ କରମାରି ପାଦରେ ଚାଲି ଚାଲି ପ୍ରାୟ ତିନିଶହ କିଲୋମିଟର ଯିବାକୁ ଥିବାବେଳେ ଭୁଲରେ ମୋହନଗିରୀଠାରୁ ବଲାଙ୍ଗୀରକୁ ଭୁଲବାଟରେ ଯାଇ ପୁଣି ବଲାଙ୍ଗିରରୁ ତୁଷରା ଦେଇ ପାଦରେ ଚାଲି ଚାଲି ଫେରୁଛନ୍ତି । ତେବେ ଆଜି ମଦନପୁର ଓ ଡ଼ଙ୍ଗାବାହାଲରେ ଖାଇବାକୁ ଦିଆଯାଇଥିବା କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏମାନେ ସମସ୍ତେ ନବରଙ୍ଗପୁର ଜିଲ୍ଲାର ପାପାଡ଼ାହାଣ୍ଡି ବ୍ଲକ ଅଂଚଳର ହେଇଥିବାବେଳେ ଏମାନଙ୍କ ମଧ୍ୟରେ ଜଣେ ଭିନ୍ନକ୍ଷମ ରହିଛନ୍ତି ଯିଏ କି ଖଣ୍ଡେ ବାଡ଼ିର ସହାୟତାରେ ଭାରୀ କଷ୍ଟରେ ଚାଲିଚାଲି ଯାଉଥିବା ଖୁବ ହୃଦୟ ବିଦାରକ ହେଇଥିବାବେଳେ ମ.ରାମପୁର ସାମନ୍ତରା ଫୁଏଲ୍ସଠାରେ ଅଟକାଯାଇଥିଲା । ପରେ ଏହି ସ୍ଥାନକୁ ତହସିଲଦାର ସୟଦ ଇସାକ ମଦିନା, ମ.ରାମପୁର ଥାନା ତରଫରୁ ଏଏସଆଇ କ୍ଷୀରସିନ୍ଧୁ ମାଝୀ ପହଂଚିଥିଲେ । ମ.ରାମପୁର ବିକାଶ ମଂଚ ତରଫରୁ ଚିରାଗ ସିଂହଦେଓ, ତାପସ ମିଶ୍ର, ବିବେକ ସ୍ୱାଇଁ, ଦୀପକ ସାହୁ, କୌସ୍ତୁଭ ପଣ୍ଡା, ରାହୁଲ ପଟ୍ଟନାୟକ, ପପୁ ଅଗ୍ରୱାଲ ପ୍ରମୁଖ ଆସି ଏହି ଶ୍ରମିକ ମାନଙ୍କୁ ବିସ୍କୁୂଟ ସହିତ ଅନ୍ୟ ଶୁଖିଲା ଖାଦ୍ୟ ଦେଇଥିବାବେଳେ ସାମନ୍ତରା ଫୁଏଲ୍ସ ତରଫରୁ ମାସ୍କ ବଂଟନ କରାଯାଇଥିଲା । ମ.ରାମପୁର ଠାରେ ଏହି ଶ୍ରମିକମାନଙ୍କ ରାତ୍ରି ଭୋଜନର ବନ୍ଦୋବସ୍ତ କରାଯାଇ ଥିବା ଜଣାଯାଇଛି ।

Udyog Nursery
Udyogi Nursery
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.