‘ପ୍ରୟାସ’ ପକ୍ଷରୁ ଇ-କବିତା ଆସର

ଭୁବନେଶ୍ୱର,୨୦/୪: ଦେଶରେ ଲକଡାଉନ ପରିସ୍ଥିତି। ଚାରିଆଡେ ଖାଁ ଖାଁ, ସବୁ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କହିଲେ ଚଳେ। ହେଲେ ସାହିତ୍ୟ ସଙ୍ଗୀତ କେଉଁଠି ଅଟକିପାରେ ରୁଦ୍ଧ କୋଠରୀରେ!

Omkar Vasthu
Omkar Vasthu

ସମୟକୁ ନିଜ ଢଙ୍ଗରେ ଉପଯୋଗୀ କରେଇବାରେ ଆଜିର ପିଢ଼ି କମ୍ ନୁହନ୍ତି। ଏଇ ଆଳରେ ସାହିତ୍ୟ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ରବିବାର ଏକ ରାଜ୍ୟସ୍ତରୀୟ ଇ-କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଆବାହକ ଶ୍ରୀଧର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ହୋଇଥିବା ଏଇ କବିତା ଆସରରେ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ବାଇଶ ଜଣ କବି ଯୋଗଦେଇଥିଲେ। ତରୁଣ କବି ରୂପେଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ ଆସରରେ ସମୀକ୍ଷକ ଭାବେ ଯୋଗ ଦେଇଥିଲେ କବି ଆଶୁତୋଷ ପାତ୍ର ଓ କବି ଗୌରଗୋପାଳ ଦାସ।

Pearl dental clinic
Near Ashish Medical Store, Bhawanipatna

ଏଇ କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ବେବୀରାଣୀ ନାୟକ, ସୌମ୍ୟା ଶୁଭଦର୍ଶିନୀ, ରାକେଶ ସାହୁ, କଟକରୁ ସୁନୀଲ ମଲ୍ଲିକ,ସାର୍ଥକ ସାହୁ, ଢେଙ୍କାନାଳରୁ ନିବେଦିତା ପତି, ସମ୍ବଲପୁରରୁ ପ୍ରସନ୍ନ ପ୍ରୟାସ ଭୁଏ, ବଲାଙ୍ଗୀରରୁ ବବୁନ ପୁରୋହିତ, ବ୍ରହ୍ମପୁରରୁ ପବିତ୍ର ନାୟକ, ରାୟଗଡାରୁ ବିମଳଚାନ୍ଦ ପଟ୍ଟନାୟକ, ଚକ୍ରଧର ପାଢୀ, ଗାୟତ୍ରୀ ମିଶ୍ର, ସୁନୀତା ସାହୁ, ବାଲେଶ୍ବରରୁ ରଶ୍ମିରଞ୍ଜନ ବେହେରା, ପରେଶ ଜେନା, ପୁରୀରୁ ସ୍ମିତା ସାମନ୍ତରାୟ, ପଡୋଶୀ ଆନ୍ଧ୍ରପ୍ରଦେଶରୁ ଉଷାରାଣୀ ପଣ୍ଡା, ଅରୁଣ ପାଢୀ ଓ ସୁଦୂର ଚେନ୍ନାଇରୁ ତେଜସ୍ବିନୀ ଗୌତମୀ ଯୋଗ ଦେଇ ସ୍ବରଚିତ କବିତା ଉପସ୍ଥାପନ କରିଥିଲେ। ଶେଷରେ କବି ସ୍ମିତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.