କବିତା : ନିଶ୍ଚେ ଆଏବା ନୂଆଁ ସକାଲ

ଅଜୟ ସିଂହ ଠାକୁର

କାମ କବାର ଯେତେ ବି ଥଉ
ଘରୁ ମୁଟେ ନାଇଁ ବାହାର
ଭଟାର ରୋଗ ଘରକେ ନାଇଁ ଆନ
ଘରକେ ନାଇଁ ଡାକ ସାଙ୍ଗ ମକର।

କିହେ ଜାନିଛେ କାହାରିର ହାତେ
କରୋନା ଶତରୁ ଥିବା ଲୁକି
ସଜ ଦେଖିକରି ଜାଗା ବାଛିକରି
ତୁମର ଗାଗରେ ଯିବା ଢୁକି।

ରପଟି ଅଉଛେ ଅଲଗା ଦେଶୁ
ଜିମନ ନିଆ ବେମାର
ରାପିପୁଛି ନେବା ପିଲା ବୁଢା ଠାନୁ
ନାଇଁ ହେଲେ ହୁସିଆର।

ମୁହେଁ ତୁଣ୍ଡି ବାନ୍ଧି ବୁଲଲେ ବି ଭାଇ
ନାଇଁ ଛାଡେ ମହାକାଲ
ଗୁଟେ ଏକା ରାସ୍ତା ଘର ଭିତରେ ରହ ନିଶ୍ଚେ ଆଏବା ନୂଆଁ ସକାଲ।।


Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.