ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ୨୦୧୪ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ନୂଆଦିଲ୍ଲୀରେ ‘ମେକ୍ ଇନ୍ ଇଣ୍ଡିଆ’ ନାମକ ଏକ ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ବିଶ୍ବର ଉଦ୍ୟୋଗପତି, ବ୍ଯବସାୟୀମାନେ ଭାରତକୁ ଆଗମନ କରି ପୁଞ୍ଜିନିବେଶ କରି ବିଭିନ୍ନ ଦ୍ରବ୍ଯ ଉତ୍ପାଦନ କରିବେ; ଯାହା ଆମ ଦେଶରେ ରୋଜଗାର ସୃଷ୍ଟି କରି ବେକାରୀ ସମସ୍ୟା ନିରାକରଣ ଦିଗରେ ସହାୟକ ହେବ।
ଆମ ରାଜ୍ୟ ସରକାର ମଧ୍ଯ ଅନୁରୂପ ଭାବେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କି ‘ମେକ୍ ଇନ୍ ଓଡ଼ିଶା’ ନାମରେ ପରିଚିତ।
ଦୁଇଟିଯାକ ଯୋଜନାର ଲକ୍ଷ୍ୟ ସମାନ। ସ୍ବଦେଶରେ ବିଭିନ୍ନ ଦ୍ରବ୍ଯ ଉତ୍ପାଦନ କରିବା ସହ ଅନ୍ଯ ରାଷ୍ଟ୍ର ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହେବା।
ମୁଁ ଉପରୋକ୍ତ ଦୁଇଟିଯାକ ଯୋଜନାର ବିବରଣୀ ଏହି ଲେଖାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ଯୋଜନାଗୁଡିକ ନିଜର ଲକ୍ଷ୍ଯ ପଥରେ ଏପର୍ଯ୍ୟନ୍ତ ପହଞ୍ଚିବାକୁ ଆହୁରି ଅନେକ ବାଟ ଯିବାର ଅଛି। ନିଜସ୍ବ ଏକ ଅନୁଭୂତି ଏଠାରେ ଉଲ୍ଲେଖ କରୁଛି। କିଛି ଦିନ ତଳେ ଏକ ଗୋଟେ ଦୋକାନକୁ ଯାଇଥିଲି ‘କାନ ସଫାକରା କାଠି: (Ear stick) କିଣିବାକୁ। ତେବେ ସେଥିରେ ଯାହା ଲେଖାଥିଲା, ତାହା ମତେ ବିସ୍ମିତ କରିଥିଲା। ପ୍ୟାକେଟ ଉପରେ ଲେଖାଥିଲା ‘ମେଡ୍ ଇନ୍ ଚାଇନା’।
ଆମ ଦେଶର ସରକାର ଏତେ ବଡ ବଡ ଯୋଜନା ପ୍ରଣୟନ କରୁଛନ୍ତି କେବଳ ସ୍ଵଦେଶରେ ସମସ୍ତ ପ୍ରକାର ଦ୍ରବ୍ଯ ପ୍ରସ୍ତୁତ ହେବା ପାଇଁ। କିନ୍ତୁ କ୍ଷୋଭର ବିଷୟ ଏହି କି ଯେ, ସାଧାରଣ ଜିନିଷ ଯେପରିକି ଟର୍ଚ୍ଚ ଲାଇଟ, ପିଲାଙ୍କ ଖେଳଣା, ବିଭିନ୍ନ ଗୃହ ଉପକରଣମାନ ଆମ ଦେଶରେ ଉତ୍ପାଦନ ହେଉନି କିମ୍ବା ଯେଉଁ ପରିମାଣରେ ଉତ୍ପାଦିତ ହେଉଛି, ତାହା ଖାଉଟି ପାଇ ପର୍ଯ୍ୟାପ୍ତ ହେଉନି।
ସରକାର ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବ ନାହିଁ। ସମୟେ ସମୟେ ଯୋଜନା ବିଷୟରେ ତର୍ଜମା, ଗବେଷଣା, ଅନୁସନ୍ଧାନ କରିବା ଆବଶ୍ୟକ। ନଚେତ ଯୋଜନା ନିଜର ଶତ ପ୍ରତିଶତ ଲକ୍ଷ୍ଯ ହାସଲ କରିବାରେ ବିଫଳ ହେବ ।
ଦୟାନିଧି ଗହୀର
ମୋ: 9556802770
For latest news & views update
Click on bell button and subscribe to notifications.