କଳାହାଣ୍ଡି : ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବି ଏହା ବେଶ ଅନୁଭୂତ ହେଉଛି।
ଥୁଆମୂଳ ରାମପୁର ବ୍ଲକରେ ପାରଦ ତଳକୁ ଖସି ଶୂନ ଡିଗ୍ରୀ ଛୁଇଁଛି। ବ୍ଲକର ବିଭିନ୍ନ ସ୍ଥାନରେ କାକରପାତ ହେଉଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବ୍ଲକର କାଣିଗୁମା କର୍ଲାପାଟ ଏବଂ ଥୁଆମୂଳ ରାମପୁର ଅଞ୍ଚଳରେ ବରଫ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି।
ବହୁ ବର୍ଷ ପରେ ଏଭଳି ଶୀତ ଅନୁଭବ ହେଉଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଭଳି ଶୀତ ଯଦି ଜାରିରହେ ସଧାରଣ ଜୀବନଯାତ୍ରା ଅସୁବିଧା ହେବା ସହ ଗାଈଗୋରୁ ଛେଳି ମେଣ୍ଢା ତଥା ବହୁ ପଶୁ ପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି ହେବାରେ ଆଶଙ୍କା ରହିଛି।
For latest news & views update
Click on bell button and subscribe to notifications.