ମୋହନଗିରି ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି,୨୯/୪: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ମ. ରାମପୁର ବ୍ଲକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଇଲାକା ମୋହନଗିରି ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ବରେ କୋରନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ ଯୋଗୁଁ ଲକଡାଉନ ଜନିତ ସଙ୍କଟ ସମୟରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ତହସିଲଦାର ସୟଦ ଇସାକା ମଦିରା, ମ.ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, ମୋହନଗିରି ଫାଣ୍ଡି ଅଧିକାରୀ ଫୁଲ ଜେନସ୍ ଲାକ୍ରା, ସି ଆର ପି ଇନ୍ସପେକ୍ଟର ମଦନ ସିଂହ ସମେତ ବିଜୁ ଯୁବ ବାହିନୀ ଓ ଧୋବଳେଶ୍ୱର୍ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ମୋହନଗିରି ଓ ସିଂଙ୍ଗପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ୍-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ମୋହନଗିରି ବିଜୁ ଯୁବ ବାହିନୀର ସଭାପତି ଭୋଜରାଜ ଭୋଇ, ମୋହନଗିରି ପଞ୍ଚାୟତର ସରପଞ୍ଚ ବଳଭଦ୍ର ପାତ୍ର, ସିଙ୍ଗପୁର ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ପାତ୍ର, ସ୍ବେଚ୍ଛାସେବୀ ସରୋଜ ସାହୁ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ମୋହନଗିରି ଫାଣ୍ଡି ଅଞ୍ଚଳର ତିନି ଗୋଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.