ବଲାଙ୍ଗିର ୨୯/୪ : ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ମରାମତି ଚାଲିଥିବା ସମୟରେ ଭୁଷୁଡି ପଡିବାରୁ ୨ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଭୀମା ଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ଭାଙ୍ଗି ଯାଇଥିବା ବ୍ରିଜ ତଳେ କିଛି ଶ୍ରମିକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି । ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେ ଥିବା ଏହି ବ୍ରିଜର ଏକ ଅଂଶକୁ ଆଜି ଶ୍ରମିକ ମାନେ ମରାମତି କରୁଥିବା ସମୟରେ ଏହା ଭୁଷୁଡି ପଡ଼ିଥିଲା । ନିମ୍ନ ମାନର କାମଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଚଞ୍ଚଳରେ ଚର୍ଚ୍ଚା ଚାଲିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।