ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ

ଭିଡିଓ କନଫରେଂନ୍ସି ମାଧ୍ୟମରେ ଆଲୋଚନାରେ ଭାଗନେଲେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ

Omkar Vasthu
Omkar Vasthu

ବଲାଙ୍ଗିର,୩/୪ : ଆଜି ବିଶ୍ବ ପ୍ରେସ ସ୍ବାଧୀନତା ଦିବସ (World Press Freedom Day) । ସାମ୍ବାଦିକ ମାନଙ୍କ ପାଇଁ ଏକ ଖୁସିର ଦିନ । ଏହି ଦିବସ ସ୍ମରଣ କରାଇଦିଏ ସମାଜ ପ୍ରତି ଜଣେ ସାମ୍ବାଦିକର ମହନୀୟ କର୍ତ୍ତବ୍ୟର ଦିଗ । ଏହାସହ ସଚେତନ କରେ ପ୍ରେସ ସ୍ବାଧୀନତା ଉପରେ, ସାମ୍ବାଦିକ ମୁକ୍ତ ରହିଲେ ଅସାଧୁ ତତ୍ତ୍ବ ଭୟରେ ରୁହନ୍ତି ।

Pearl dental clinic
Near Ashish Medical Store, Bhawanipatna

ଆଜି ସାରା ବିଶ୍ବରେ ଏହି ଦିବସ ଉତ୍ସାହ ଉଦ୍ଦିପନାର ସହ ପାଳିତ ହେଉଛି । ତେବେ ଲକଡାଉନକୁ ଦୃଷ୍ଟିରେ ରଖି ସଇଁତଲା ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ବ ପ୍ରେସ ସ୍ବାଧିନତା ଦିବସକୁ ନିରାଡମ୍ବର ସହ ପାଳିତ କରାଯାଇଛି ।

Udyog Nursery
Udyogi Nursery

ସଂଘର ସଭାପତି ଦେବେନ୍ଦ୍ର ଯୋଶୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେଂନ୍ସି ମାଧ୍ୟମରେ ଆୟୋଜିତ ଏହି ଦିବସରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଭାଗନେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଦିନକୁ ଦିନ ସାମ୍ବାଦିକ ମାନଙ୍କ ନାମରେ ଥାନାରେ ମିଥ୍ୟା ମାମଲା, ଆକ୍ରମଣ ଆଦି ଅନେକ ଅପ୍ରିତିକର ପରିସ୍ଥିତି ଘଟି ଚାଲିଥିବାରୁ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ସଂଘ ସଭାପତି ଶ୍ରୀଯୁକ୍ତ ଯୋଶୀ ମତ ପୋଷଣ କରିଛନ୍ତି ।

ଏଥିରେ ସଂଘର ସମ୍ପାଦକ ବିନେଶ ଗହୀର,କୋଷାଧ୍ୟକ୍ଷ ପ୍ରଶାନ୍ତ ମେହେର, ଦୀପକ ଅଗ୍ରୱାଲ, ରୁନ୍ଦ୍ର ଦଣ୍ଡସେନା,ରାମ ନାରାୟଣ ବାଗ, ଦୋଳ ଗୋବିନ୍ଦ ଭୋଇ, ରଞ୍ଜନ ବାରିକ, ଗୋକୁଳା ନନ୍ଦ ବଗର୍ତ୍ତି, ରଞ୍ଜିତ ସାହୁ,ଅଭିନାଶ ନନ୍ଦ, ଖୁସି ରାମ ଜାନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବର୍ତ୍ତମାନ ମହାମାରୀ କରୋନା ଜନିତ ସଂକଟ ମଧ୍ୟରେ ବି ସଂଘର ସାମ୍ବାଦିକ ମାନେ ନିଜ କର୍ତ୍ତବ୍ୟ ସୁଚାରୁରୁପେ ସଂପାଦନ କରିଆସୁଥିବାରୁ ତଥା ଆଜିର ସ୍ବତନ୍ତ୍ରତା ଦିବସରେ ଯୋଗଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଅଜିତ ସାହୁ ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.