କରୋନା ମୁକାବିଲା ପାଇଁ ପ୍ରସ୍ତୁତ କାର୍ଯ୍ୟପନ୍ଥାକୁ ଅନୁଧ୍ୟାନ କଲେ କୋଭିଡ-୧୯ ପର୍ଯ୍ୟବେକ୍ଷକ ଭି.ଭି. ଯାଦବ

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ କର୍ମ ନିଯୁକ୍ତି ଯୋଗାଇବା ଉପରେ ଗୁରୁତ୍ୱ

Omkar Vasthu
Omkar Vasthu

ରାୟଗଡ,୩/୫: ରାୟଗଡ ଜିଲ୍ଳା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜିଲ୍ଳା ପର୍ଯ୍ୟବେକ୍ଷକ ବୀର ବିକ୍ରମ ଯାଦବ ରବିବାର ଦିନକିଆ ରାୟଗଡ ଜିଲ୍ଳା ଗସ୍ତରେ ଆସି କରୋନା ମୁକାବିଲା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ପ୍ରସ୍ତୁତି କାର୍ଯ୍ୟପନ୍ଥାକୁ ଅନୁଧ୍ୟାନ କରିଛନ୍ତି । ଜିଲ୍ଳାର ସଦର ବ୍ଳକ ମାଲିଗାଁ ଓ ବଡ ଆଲୁବାଡି ଗ୍ରାମ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଜେକେପୁର ଠାରେ ପରିଚାଳିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଗସ୍ତ ବେଳେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପିଡି-ଡିଆରଡିଏ ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଳାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ରାଜେନ୍ଦ୍ର ମାଝି, ଅତିରିକ୍ତ ଏବିଡିଓ ନୃସିଂହଚରଣ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ପରେ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ସଭାଗୃହ ଠାରେ କୋଭିଡ-୧୯ର ମୁକାବିଲା ଓ ଫେରୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ପାଇଁ ଶ୍ରମ ଭିତିକ କାର୍ଯ୍ୟକ୍ରମ ଗୁଡିକ ବହୁଳ ଭାବରେ କାର୍ଯ୍ୟକାରୀ ରଖିବା ନିମନ୍ତେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ଯାଦବ । ଫଳରେ ବାହାରୁ ଫେରୁଥିବା ଶ୍ରମିକମାନେ କର୍ମସଂସ୍ଥାନରେ କର୍ମନିଯୁକ୍ତି ପାଇଁ ରୋଜଗାର ପାଇପାରିବେ । ବିଶେଷ କରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ସଂସ୍ଥା କୃଷି କ୍ଷେତ୍ରରେ, ଉଦ୍ୟାନ୍ୟ କୃଷିରେ, ଜଳ ବିଭାଜିକା ମିଶନ, ମତ୍ସ୍ୟ ବିଭାଗ, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନିର୍ମାଣ କୋଠାବାଡି, ଗ୍ରାମ୍ୟ ନିର୍ମାଣ ଆଦି ବିଭାଗ ତରଫରୁ କର୍ମ ସଂସ୍ଥାନ ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ ।

ଜିଲ୍ଳାରେ ଅର୍ଥନୈତିକ କ୍ରୀୟାଶୀଳ ଆରମ୍ଭ ହେଲା କି ନାହିଁ ଶ୍ରୀ ଯାଦବ ପଚାରି ବୁଝିଥିବା ବେଳେ ବିଶେଷ କରି କର୍ମସଂସ୍ଥାନ ବିଭାଗ ଦ୍ୱାରା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ କାମ ମିଳି ପାରିଲେ ଆର୍ଥିକ ବୋଝ ଅଧିକ ପଡିବ ନାହିଁ ଏବଂ ରାୟଗଡ ଜିଲ୍ଳାର ୧୮୨ଟି ପଂଚାୟତର ୩୨୧ଟି ସ୍ଥାନରେ ୨୨୮୦୦ ଶଯ୍ୟା ସହ ମେଡିକଲ କିଟ୍ ସହ କ୍ୱାରେନଟାଇନ କେନ୍ଦ୍ରଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା ଆଦି ପ୍ରସ୍ତୁତ ହୋଇ ରହିଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ସମେତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ପି.ଶର୍ବଣା ବିବେକ ଏମ., ପିଡି-ଡିଆରଡିଏ ଶ୍ରୀ ଋତୁରାଜ, ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ମାଣ କୋଠାବାଡି, ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗର ଜିଲ୍ଳା ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

__________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.