ରଥ ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା
ଭୁବନେଶ୍ବର,୪/୫: କରୋନା ମହାମାରି ରୋକିବା ପାଇଁ ସାରା ଦେଶ ଲକଡାଉନରେ ରହିଛି । ସରକାର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି କ୍ରମରେ କିଛି ଦିନ ତଳେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଶ୍ରୀମନ୍ଦିର ଭିତରେ ନିରାଡମ୍ବର ଭାବେ ପାଳିତ ହୋଇଛି । ଜୁନ ୨୩ରେ ବିଶ୍ବ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପଡୁଛି । ତେବେ ମହାପ୍ରଭୂଙ୍କ ରଥଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ପରିପ୍ରେକ୍ଷିରେ ଆଜି ଅପରାହ୍ନ ୪ଟାରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭୁବନେଶ୍ୱରରୁ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ । ସେହିପରି ପୁରୀ ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପୁରୀରୁ ଥାଇ ଅଂଶ ଗ୍ରହଣ କରିବେ । ଆଜିର ବୈଠକରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।
Click here to get 24×7 News & Views alerts