ଜନନେତା ଗିରିଧାରି ଭୋଇ : ଆଜି ୧୧୬ତମ ଜନ୍ମ ଜୟନ୍ତୀ

କଳାହାଣ୍ଡି ବଲାଂଗିର ସଂଯୁକ୍ତ ଲୋକସଭା ଆସନର ପ୍ରଥମ ସାଂସଦ ଗିରିଧାରି ଭୋଇ

କଳାହାଣ୍ଡି ବଲାଂଗିର ଲୋକସଭା କ୍ଷେତ୍ରର ପ୍ରଥମ ସାଂସଦ ତଥା ଗଡଜାତ ଆନ୍ଦୋଳନର ସଂଗ୍ରାମୀ ଗିରିଧାରି ଭୋଇଙ୍କ ଗାଥା ପ୍ରଚାର ପ୍ରସାର ଅଭାବରୁ ଲୋକ ଲୋଚନ ଆଢୁଆଳରେ ରହିଯାଇଛି ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର ଗ୍ରାମରେ ୦୫/୦୧/୧୯୦୩ ମସିହାରେ ପିତା ଝୁରା ଭୋଇ ଓ ମାତା ବାଲମତୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ଏହି ଯୋଗଜନ୍ମା ବ୍ୟକ୍ତି । ଏକ ସଂଗ୍ରାମୀ ଭାବେ ଗଡଜାତ ଆନ୍ଦୋଳନର ନେତୃତ୍ୱ ନେଇ ସେ ଜେଲ ଯାଇଥିଲେ । ୧୯୫୨ ପ୍ରଥମ ଲୋକସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ଯୋଗେଶ୍ୱର କୁମରାଙ୍କୁ ବିପୁଳ ଭୋଟରେ ପରାଜିତ କରି କଳାହାଣ୍ଡି – ବଲାଙ୍ଗୀରର ପ୍ରଥମ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲେ ।ଆଦିବାସୀଙ୍କ ହକ ପାଇଁ ହୋଇଥିବା ୧୯୪୮- ୪୯ ଗଡଜାତ ଆନ୍ଦୋଳନରେ ଗିରିଧାରୀ ଭୋଇ ଗିରଫ ହୋଇ ୮ ମାସ ଜେଲ ଯାଇଥିଲେ । ଏହି ଆନ୍ଦୋଳନର ମୂଖ୍ୟ ଥିଲେ ଗିରିଧାରୀଙ୍କ ବଡଭାଇ ଗୋବର୍ଧନ ଭୋଇ । ସେ ମଧ୍ୟ ସରକାରଙ୍କ ଦ୍ବାରା ଗିରଫ ହୋଇ କାରାବରଣ କରିଥିଲେ । ସରକାର ଅନ୍ୟୋପାୟ ହୋଇ ବିଦ୍ରୋହୀ ମାନଙ୍କୁ ଶାନ୍ତି କରିବାପଇଁ ଏକ ଚୁକ୍ତ କରିଥିଲେ । ଏହି ଚୁକ୍ତି ଫଳରେ ଆଦିବାସୀଙ୍କୁ ରାଜନୈତିକ ସୁବିଧା ଦେବା ଉଦ୍ଦେଷ୍ୟରେ କଳାହାଣ୍ଡି-ବଲାଗିଂର ଲୋକସଭା କ୍ଷେତ୍ର ପାଇଁ ୨ଜଣ ସାଂସଦ ନିର୍ବାଚିତ ହେବେ, ଜଣେ ଆଦିବାସୀ ଓ ଜଣେ ସାଧାରଣ ସଂପ୍ରଦାୟର ଦୁଇଜଣ ଜାକ ସାଂସଦ ସାମାନ୍ତରାଳ ଭାବେ କଳାହାଣ୍ଡି ଓ ବଲାଂଗିର କଥା ବୁଝିବେ । ତେବେ କଳାହାଣ୍ଡି ବଲାଂଗିର ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ବୋଲି ଲେଖା ଯାଉଥିଲା ।

Pearl dental clinic
Near Ashish Medical Store, Bhawanipatna

୧୯୫୨ ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାଥୀ ଭାବେ ଗିରିଧାରୀ ଭୋଇ (ଆଦିବାସୀ) ଓ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ (ସାଧାରଣ ବର୍ଗ) ଏକା ସାଙ୍ଗରେ ଏହି କ୍ଷେତ୍ର ପାଇଁ ଗଣତନ୍ତ୍ର ପରିଷଦର ପ୍ରାଥୀ ଭାବେ ଛିଡା ହୋଇ ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ସାଂସଦ ହେଲେ । ସେହି ସମୟରେ ଗଣତନ୍ତ୍ର ପାର୍ଟିର ଚିହ୍ନ ଧନୁସର ଥିଲା । ଓଡିଶାର ମୋଟ ୨୨ ଲୋକସଭା ଆସନ ମଧ୍ୟରୁ ଗଣତନ୍ତ୍ର ପରିଷଦ ୬ଟି ଆସନରେ ବିଜୟୀ ହୋଇଥିଲା । ୧୯୫୨ ନିର୍ବାଚନରେ ଲୋକସଭା ପାଇଁ ମୋଟ ୪୮୯ ଆସନ ମଧ୍ୟରୁ  ଓଡିଶା ପାଇଁ ୨୨ଟି ଆସନ ରହିଥିଲା । ପ୍ରଥମ ନିର୍ବାଚନରେ ଓଡିଶାରୁ କଂଗ୍ରେସ ୧୧ଟି, ଗଣତନ୍ତ୍ର ପରିଷଦ ୬, ସ୍ବାଧିନ ପ୍ରାର୍ଥୀ ୨, ସିପି ୧, ଏନୟୁଏସି ୧ ଓ ସୋସିଆଲିଷ୍ଟ ପାର୍ଟି ଗୋଟିଏ ଆସନ ପାଇଥିଲେ । ସେହିପରି ରାଜ୍ୟ ବିଧାନସଭା ପାଇଁ ମୋଟ ୧୪୦ ଆସନ ମଧ୍ୟରୁ କଂଗ୍ରେସ ୬୭, ଗଣତନ୍ତ୍ର ପରିଷଦ ୩୧ ଓ ସୋସିଆଲିଷ୍ଟ ପାର୍ଟି ୧୦ଟି ଆସନ ପାଇଥିଲେ । କଂଗ୍ରେସର ବିରୋଧି ଭାବେ ଜଣାସୁଣା ଗଣତନ୍ତ୍ର ପରିଷଦର ସଭାପତି ଥିଲେ ପାଟଣା ( ବର୍ତମାନର ବଲାଂଗିର) ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ।

Udyog Nursery
Udyogi Nursery

ସଂସଦରେ ଗିରିଧାରି ଭୋଇ ଓଡିଆରେ ଶପଥ ପାଠ କରିଥିଲେ । ସେହି ସମୟରେ ଲୋକସଭାର ମୋଟ ୪୮୯ ଆସନ ମଧ୍ୟରୁ ସିପିଆଇ ୧୬ଟି ଆସନରେ ରହିଥିଲା ଏପଟେ ଆଞ୍ଚଳିକ ଦଳ ହୋଇମଧ୍ୟ ଗଣତନ୍ତ୍ର ପରିଷଦ ୬ଟି ଆସନରେ ରହି ବିରୋଧୀଦଳର କର୍ତବ୍ୟ ସୂଚାରୁରୂପେ ସଂପାଦନ କରିଥିଲେ । ସେହି ସମୟର ସରକାର ଷଢେଇକଲା ଖରସୁଆଁକୁ ବିହାରକୁ ଟେକିଦେବାର ଚକ୍ରାନ୍ତ ଯୋଗୁଁ ଗିରିଧାରି ଭୋଇ ୧୯୫୭ ମସିହାରେ ୬ ମାସ ପୂର୍ବରୁ ସାଂସଦ ପଦରୁ ଇସ୍ତାଫା ଦେଇ ଦିଲ୍ଲୀରୁ ଫେରିଆସିଥିଲେ ବୋଲି କହନ୍ତି ତାଙ୍କର ଜୌଷ୍ଠ ନାତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଭୋଇ।

ଆଜି ସ୍ବର୍ଗତ ସାଂସଦ ଗିରିଧାରୀ ଭୋଇଙ୍କ ୧୧୬ ତମ ଜନ୍ମ ଜୟନ୍ତୀ । ଏହି ମହାନ ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ଜନନେତାଙ୍କ କଥା ଆଜି ଅନାଲୋଚିତ ହୋଇ ରହିଛି । ଆଜିର ପିଢି ଭୁଲିବାକୁ ବସିଛି ଏହି ନେତାଙ୍କ ତ୍ୟାଗର ଗାଥାକୁ ତେଣୁ ଜିଲ୍ଲାର ମୂଖ୍ୟାଳୟ ତଥା ତାଙ୍କର ଜନ୍ମମାଟିରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ନିର୍ମାଣ ସହ ଜିଲ୍ଲାର କେତେକ ମାର୍ଗକୁ ଗିରିଧାରି ଭୋଇଙ୍କ ନାମରେ ନାମିତ କରି ଏହି ଜନନେତାଙ୍କ ଗାଥାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି । ସ୍ବର୍ଗତ ଗିରିଧାରି ଭୋଇଙ୍କ ୧୧୬ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଯୋଗଜନ୍ମା ଜନନେତାଙ୍କୁ ଓଡିଆ ବାର୍ତ୍ତା ପରିବାରର ଶତ କୋଟି ପ୍ରଣାମ ।

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ ଓଡିଆ ବାର୍ତ୍ତା odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.