କଳାହାଣ୍ଡି ଜିଲ୍ଲା ସୂଯୋଗ୍ୟ ସନ୍ତାନ ଗିରିଧାରି ଭୋଇ ନାମ
ଦିଲ୍ଲୀ ଦରବାରେ ନାମ ରଖିଗଲ
କରି ସେବା ଓ ଧରମ ।
ପ୍ରଥମ ସାଂସଦ ଏ ଜିଲ୍ଲାର ତୁମେ ଆଜି କେହି ଜାଣି ନାହାନ୍ତି
ଅଲୋଡା ଅଖୋଜା ରହିଗଲ ବୋଲି
କେହି ବି ମନେ ନ ପକାନ୍ତି ।
ଚିଆଁପଦର ଗ୍ରାମ ହୋଇଗଲା ଧନ୍ୟ କୋଳେ ତୁମକୁ ପାଇଣ
ପିତା ଝରା ଭୋଇ ମା’ ବାଲମତୀ
ଧନ୍ୟ ସେ ଜନମ ଦେଇଣ ।
ଉନେଇସ ତିନି ଜାନୁୟାରୀ ମାସ ପାଞ୍ଚ ତାରିଖ ଦିନ
ନର୍ଲା ବ୍ଲକର ସେ ଅଖ୍ୟାତ ଗ୍ରାମରେ
ହୋଇଲ ତୁମେ ଜନମ ।
ଶାସ୍ତ୍ର ପୁରାଣ ମହାକାବ୍ୟ ପଢି ଅଗାଧ୍ୟ ପାଣ୍ଡିତ୍ୟ ହେଲ
ସଭା ସମିତିରେ ନିଷ୍ପତ୍ତି ନେଇଣ
ଜନପ୍ରିୟ ତୁମେ ହେଲ ।କନ୍ଧ କୂଳରେ ଜନମ ହୋଇଣ ଜାତିର ଟେକ ରଖିଲ
ଏହି କଳାହାଣ୍ଡି କନ୍ଧାନ ମାଟିକୁ
ଦେଶରେ ଗର୍ବିତ କଲ ।
ଗଡଜାତ ଆନ୍ଦୋଳନର ନେତୃତ୍ବ ତମେହିଁତ ନେଇଥିଲ
ଗିରଫ ହୋଇଣ ଆଠମାସ ଧରି
କାରା ଦଣ୍ଡକୁ ଭୋଗିଲ।
ବାଉନ ନିର୍ବାଚନରେ କଂଗ୍ରେସର ଖଗେଶ୍ବର କୁମାର ପ୍ରତିଦ୍ବନ୍ଦି ଥିଲେ ତୁମ
ଗଣତନ୍ତ୍ର ପାର୍ଥୀ ହୋଇ ସାଂସଦ ହୋଇଲ ଆମ ।
ସାଂସଦେ ଆପଣ ପ୍ରଥମ କିରଣ ଓଡିଆ ଭାଷଣ ଦେଇ
ଜାତିର ଟେକ ରଖିଥିଲ ବୋଲି
କଥା କାଳ କାଳ ଥିବ ରହି ।
ନଭେମ୍ବର ମାସ ଚଉଦ ତାରିଖ ତେୟାନବେ ମସିହାରେ
ଇହଲିଳା ତୁମେ ସମ୍ବରଣ କଲ
ନିଜ ଜନମ ମାଟିରେ ।
ହେ ମହାନ ଆତ୍ମା ଯୁଗଯୁଗ ପାଇଁ ଅମର ହୋଇ ରହିଲ
କଳାହାଣ୍ଡି ଝୁରେ ତୁମ ପାଇଁ ଆଜି
ପୂଣ୍ୟାତ୍ମା ହୋଇଗଲ ।
ଶିକ୍ଷକ, ଖମନପଡା, ନର୍ଲା, କଳାହାଣ୍ଡି
ସହ ସଂପାଦକ ‘ଭୀମା’ ପତ୍ରିକା