ବେଦାନ୍ତ ଆଲୁମିନା ଅଧିନ କମ୍ପାନୀ JCPL ର ଜଣେ କର୍ମଚାରିଙ୍କ ସନ୍ଧେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଠ

ଲାଞ୍ଜିଗଡ,୧୬/୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ଅଧିନସ୍ଥ ଜେପିସିଏଲ୍ କମ୍ପାନୀର ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ ଜଣକ ହେଲେ ବିହାର ରାଜ୍ୟ ଗୋପାଳଗଞ୍ଜ ଜିଲ୍ଲା ଶିଶିରିଆ ଗ୍ରାମର ଅନିଲ୍ ସିଂ(୪୯) ।

Omkar Vasthu
Omkar Vasthu

ଲାଞ୍ଜିଗଡ ଥାନା ଏଏସଆଇ ରମାରମଣ ମିଶ୍ରଙ୍କ ତଦନ୍ତ ସୂତ୍ରରୁ ପ୍ରକାଶ ଯେ, ଅନିଲ ସିଂ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଜେସିପିଏଲ୍ କମ୍ପାନୀରେ କାମ କରୁଥିବା ବେଳେ ଜଗନ୍ନାଥପୁର ନିକଟରେ ଥିବା ବଗିଚା ହୋଟେଲଠାରେ ରହୁଥିଲେ। ଉକ୍ତ ହୋଟେଲଟିକୁ ଜେସିପିଏଲ୍ କମ୍ପାନୀ ଭଡାରେ ନେଇଛି। ତେଣୁ କମ୍ପାନୀର କର୍ମଚାରୀମାନେ ଅନେକ ଦିନ ଧରି ସେଠାରେ ରହି ଆସୁଛନ୍ତି ।କିନ୍ତୁ ଗତ କିଛି ମାସ ହେଲା ଅନିଲ୍ ନିଜ ଘର ବିହାରକୁ ଯାଇ ମାର୍ଚ୍ଚ ମାସ ପୂର୍ବରୁ ଫେରିଥିଲେ। ଏହି ସମୟରେ ତାଙ୍କର ଗେଟ୍ ପାସର ସମୟସୀମା ସରି ଯାଇଥିଲା। ପୁଣି ପାସ୍ ପାଇଁ ଆବେଦନ କରିଥିଲେ କିନ୍ତୁ ମେଡିକାଲ୍ ଫିଟନେସ୍ ରେ ଅନିଲ୍ ଦେହରେ ହିମୋଗୋବିନ୍ କମ୍ ଓ ଅସୁସ୍ଥ ଥିବା ଯୋଗୁଁ ଗେଟ ପାସ ହୋଇପାରିନଥିଲା। ଏହି ଖବର ମଧ୍ୟ ଅନିଲଙ୍କ ପରିବାରଙ୍କୁ କମ୍ପାନୀ ପକ୍ଷରୁ ଜଣାଇ ଦିଆଯାଇ ଥିଲା ବୋଲି କମ୍ପାନୀ କର୍ମଚାରୀ କହିଛନ୍ତି। କିନ୍ତୁ ମାର୍ଚ୍ଚ ୨୫ କରୋନା ଭାଇରସ୍ ଦେଶରେ ତାଲା ବନ୍ଧ ଯୋଗୁଁ ନିଜ ଘରକୁ ଅନିଲ୍ ଯାଇପାରି ନଥିଲେ। କମ୍ପାନୀ କର୍ମଚାରୀଙ୍କ କହିବା ଅନୁଯାୟୀ ଶୁକ୍ରବାର ଦିନ ବେଳେ ନିଜ କୋଠରୀରେ ସୋଇଥିବା ସମୟରେ ପାଖରେ ଥିବା କର୍ମଚାରୀ ମାନେ ଅନିଲଙ୍କୁ ଅସୁସ୍ଥ ଦେଖି ସନ୍ଧ୍ୟା ୬ଟା ଲାଞ୍ଜିଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡକ୍ଟର ଅନିଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହ ମୃତ ଅନୀଲଙ୍କ ପରିବାର ଲୋକଙ୍କ ସହିତ ଯୋଗଯୋଗ କରି ଶନିବାର ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ଆମ୍ବୁଲାନ୍ସରେ ପରିବାର ବର୍ଗ ପାଖକୁ ଶବ ହସ୍ତାନ୍ତର କରିଛି। ଏନେଇ ପୁଲିସ କେସ ନଂ ୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.