ରାୟଗଡ ଓକିଲ ସଂଘର ମଧ୍ୟବର୍ତିକାଳୀନ ୫ଜଣିଆ କମିଟି ଗଠିତ

ରାୟଗଡ,୧୬/୫: ରାୟଗଡ ଓକିଲ ସଂଘ ମଧ୍ୟବର୍ତିକାଳୀନ ୫ଜଣିଆ କମିଟି ଗଠିତ ହୋଇଛି । ଏ ଆଇନଜୀବୀ ଲାବଣ୍ୟମୋହନ ପଟ୍ଟନାୟକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ମାର୍ଚ୍ଚ ମାସରେ ୨୦୨୦-୨୧ବର୍ଷ ପାଇଁ ଓକିଲ ସଂଘର ନିର୍ବର୍ାଚନ ନିମନ୍ତେ ସାଧାରଣ ବୈଠକ ବସିଥିଲା । ଉକ୍ତ ବୈଠକରେ ବରିଷ୍ଠ ଓକିଲ ପ୍ରତାପ ଚନ୍ଦ୍ର ଦାସଙ୍କୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଯାଇଥିଲା ଓ ବାର କାଉନସିଲ ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଗତ ଏପ୍ରିଲ ମାସ ୨୫ତାରିଖରେ ଓକିଲ ସଂଘର ନିର୍ବାଚନ ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ କରୋନା ସକାଶେ ଉକ୍ତ ନିର୍ବାଚନକୁ ବାର କାଉନସିଇଲ ଓଡିଶା ସ୍ଥଗିତ ରଖିଥିଲେ । ପରବର୍ତୀ ସମୟରେ ଏକ ମଧ୍ୟବର୍ତିକାଳୀନ ୫ଜଣିଆ କମିଟି ଗଠନ କରାଯାଇ ରାୟଗଡ ଓକିଲ ସଂଘକୁ ସୁପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ଭିତି କରି ଓକିଲ ସଂଘର ପୂର୍ବତନ ଦୁଇ ଜଣ ସଭାପତି ଓ ତିନିଜଣ ପୂର୍ବତନ ସଂପାଦକଙ୍କୁ ଚୟନ କରାଯାଇଛି । ସେମାନେ ହେଲେ ମୋହନ ନାୟକ, ଭି.ଏସ.ରାଜୁ ଏବଂ ସି.ଏଚ.ଶ୍ରୀନିବାସ ରାଓ, ବିଶ୍ୱନାଥ ଗନ୍ତାୟତ, ସୁନୀଲ ଚନ୍ଦ୍ର ନାୟକ ପ୍ରମୁଖ ରହିଛନ୍ତି । ବର୍ତମାନ ନବ ଗଠିତ ମଧ୍ୟବର୍ତିକାଳୀନ କମିଟିକୁ ବରିଷ୍ଠ ଓକିଲ ବ୍ରଜସୁନ୍ଦର ନାୟକ, ବିଷ୍ଣୁପ୍ରସାଦ ପଣ୍ଡା, ରାମପ୍ରସାଦ ପାତ୍ର, ମଦନମୋହନ ପାଢୀ, ମହେଶ୍ୱର ମହାପାତ୍ର, ସହଦେବ ଚୈାଧୁରୀଙ୍କ ସମେତ ଅନ୍ୟ ଓକିଲମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ନେଇ ଆଇନଜୀବୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.