ନର୍ଲା-ରୁପ୍ରାରୋଡକୁ ସାନିଟାଇଜ୍ କରାଯାଉ

ନର୍ଲା,୨୩/୫: କିଛିଦିନ ହେଲା ପ୍ରବାସୀ ଓଡ଼ିଆମାନଙ୍କୁ ଆଣି ନର୍ଲା ଆସୁଥିବା ବସ୍ ଏଇଠି ସେଇଠି ସେମାନଙ୍କୁ ଛାଡି ଦେଇ ଚାଲି ଯାଉଥିବା ଦେଖାଯାଇଛି। ସେମାନଙ୍କୁ ତୁରନ୍ତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ପାରୁନଥିବାରୁ ସେମାନେ ବସ୍ତି ଭିତର ଦେଇ ଯିବା ଆସିବା କରିବା ସହ ଅନେକ ଦୋକାନ ଓ ହୋଟେଲକୁ ଯାଉଥିବା ଦେଖାଯାଇଛି। ପ୍ରଶାସନ ସଂଗରୋଧ କେନ୍ଦ୍ରରେ ରଖିବା ଭିତରେ ସେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ସେମାନଙ୍କ ଭିତରୁ କେତେକ ମାସ୍କ ପରିଧାନ କରୁନାହାନ୍ତି କିମ୍ବା ସାମାଜିକ ଦୂରତା ରଖୁନାହାନ୍ତି। ଯାହା ଆଗକୁ ବିପଦ ସୃଷ୍ଟି କରିପାରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ସହର ଠାରୁ ୬ କି.ମି. ଦୂରରେ ଥିବା ରୁପ୍ରାରୋଡ ଦେଇ ମଧ୍ୟ ଅନେକ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ନିଆଯାଉଛି। କିଛି ପ୍ରବାସୀ ଶ୍ରମିକ ଚାଲିଚାଲି ଆସୁଥିବା ବେଳେ ଦୋକାନରୁ ବି କିଣାକିଣି କରୁଛନ୍ତି। ଗୋଟେ ଜାଗାରେ କିଛି ଶ୍ରମିକ ସେମାନଙ୍କ ବ୍ୟାଗ ଆଦି ଜଗି କିଛି ଲୋକ ଦୋକାନକୁ ଯାଉଥିବା ବେଳେ ସେମାନଙ୍କ ଚିହ୍ନଟ କରିବା ସମ୍ଭବ ହୋଇପାରୁନାହିଁ। ରୁପ୍ରାରୋଡ ବସ୍ତି ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ନର୍ଲା ସମେତ ଅନେକ ଗ୍ରାମର ଲୋକ ଏଠାକୁ ପ୍ରତ୍ୟହ ଆସିଥାନ୍ତି। ତେଣୁ ନର୍ଲାକୁ ସାନିଟାଇଜ୍ କରିବା ସହ ରୁପ୍ରାରୋଡ ବସ୍ତିକୁ ମଧ୍ୟ ସାନିଟାଇଜ୍ କରାଯିବା ଜରୁରୀ ବୋଲି ଅଞ୍ଚଳର ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery
ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.