ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ବି.ଡି.ଓ.ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ‘ବାଲେଶ୍ବର ସିଭିଲ୍ ସୋସାଇଟି’

ବାଲେଶ୍ବର,୩୧/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଅତ୍ୟନ୍ତ ଅପମାନସୂଚକ ଭାବରେ ଗାଲିଗୁଲଜ କରି ବିବାଦିତ ହୋଇପଡ଼ିଥିବା ବାଲିଆପାଳ ବିଡ଼ିଓ ଛବିରାଣୀ ସାହୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦିନ ବାଲେଶ୍ବର ସିଭିଲ୍ ସୋସାଇଟି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉେଦ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରକୁ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ନାୟକ ପ୍ରତିନିଧିମାନଙ୍କ ଠାରୁ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

ସିଭିଲ୍ ସୋସାଇଟିର ନେତୃତ୍ବରେ ବାଲେଶ୍ବରରୁ ବହୁ ଗଣ ସଂଗଠନର ପ୍ରତିନିଧି ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ ଆନ୍ଦୋଳନରେ ସାମିଲ ଥିଲେ। ବାଲିଆପାଳର ସ୍ଥାନୀୟ ସଂଗଠନମାନଙ୍କ ତରଫରୁ ଚଳିତମାସ ୧୪ ଓ ୨୬ ତାରିଖରେ ବ୍ଲକ୍ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗର ତଦନ୍ତ ଚାଲିଛି କହି ରାଜ୍ୟ ସରକାର ସଂପୃକ୍ତ ବିଡିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସମ୍ପର୍କରେ ସିଭିଲ୍ ସୋସାଇଟି ଅଭିଯୋଗ କରିଛି। ଓଡ଼ିଶା ସରକାରଙ୍କ ତରଫରୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଗତ ୧୩ ତାରିଖ ଦିନ ରେଳଷ୍ଟେସନ୍ରେ ଶ୍ରମିକ ଟ୍ରେନ୍ରେ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସ୍ବାଗତ କରି ବସ୍‌ ଯୋଗେ ନିଦ୍ଦିର୍ଷ୍ଟ ଅ‌ଳର ଶ୍ରମିକମାନଙ୍କୁ ସେମାନଙ୍କ ବ୍ଲକ୍କୁ ପଠାଇଥିଲେ। କିନ୍ତୁ ବାଲିଆପାଳ ବ୍ଲକ୍ରେ ପ୍ରାୟ ୪୦ଜଣ ଶ୍ରମିକ ବସ୍‌ ଯୋଗେ ବ୍ଲକ୍ଠାରେ ପହ‌ôବା ପରେ ଦୀର୍ଘ ଦୁଇଘଣ୍ଟା ଧରି ସେମାନଙ୍କୁ ପିଇବା ପାଣି ଦିଆଯାଇନଥିଲା। ତୁଷାର୍ତ୍ତ ଶ୍ରମିକମାନେ ପିଇବା ପାଣି ମାଗିବାରୁ ସେମାନଙ୍କୁ ବି.ଡି.ଓ. ଶ୍ରୀମତୀ ସାହୁ ଅସୌଜନ୍ୟ ବ୍ୟବହାର କରିଥିବାର ଏକ ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ସଂପୃକ୍ତ ବିଡ଼ିଓଙ୍କ ଆଚରଣ ଓ ଉଚ୍ଚାରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଘଟଣାର ତଦନ୍ତ ଚାଲିଛି କହି କାଳବିଳମ୍ବ ହେଉଥିବାରୁ ସିଭିଲ୍ ସୋସାଇଟି ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଯଦି ଆସନ୍ତା ୭ ଦିନ ମଧ୍ୟରେ ସଂପୃକ୍ତ ବି.ଡି.ଓ.ଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ ନକଲେ ସିଭିଲ୍ ସୋସାଇଟି ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି। ଏହି ମର୍ମରେ ଆଜି ସିଭିଲ୍ ସୋସାଇଟି ନେତୃତ୍ବରେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ତୀବ୍ର ପ୍ରତିବାଦ କରାଯାଇଥିଲା।

ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ବିଭିନ୍ନ ସଂଗଠନ ପକ୍ଷରୁ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ନେତୃତ୍ବ ସାଥୀ ଜୟନ୍ତ ଦାସ, ବାଲିଆପାଳ ପକ୍ଷରୁ ‘ଭିଟାମାଟି ସୁରକ୍ଷା ଆନ୍ଦୋଳନ’ର ଆବାହକ ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜ ମହାପାତ୍ର, ଗଣଚେତନା ମ‌ଞ୍ଚ ସଭାପତି କୁଶଦ୍ବଜ ଜେନା, ନାଗରିକ ସୁରକ୍ଷା କମିଟିର ଆକବର ସାହା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଜୟନାରାୟଣ ପଣ୍ତା, ସମାଜସେବୀ ବିଧାନ ଚନ୍ଦ୍ର ରାୟ, ଶ୍ୟାମସୁନ୍ଦର ଜେନାଙ୍କ ସମେତ ବରିଷ୍ଠ ବାମପନ୍ଥୀ ନେତା ବେଣୁଧର ବାରିକ୍, ନାରୀନେତ୍ରୀ ଜ୍ୟୋœା ମହାନ୍ତି, ପାନନ ପରିଡ଼ା, ଗୋପୀନାଥ ଗଙ୍ଗାଇ, ଅକ୍ଷୟ ଦାସ, ରାମଚନ୍ଦ୍ର ସାହୁ, ପର୍ଶୁରାମ ପ୍ରଧାନ, ମହମ୍ମଦ ଇସ୍‌ଲାମ୍, ଆବିଦ୍‌ ଖାଁ, ସେକ୍ ଜଲାଉଦ୍ଦିନ୍, ସେଖ୍ ଖୁକି, ପରମାନନ୍ଦ ପଣ୍ତା, ମାନଗୋବିନ୍ଦ ସେଠୀ, ବଳରାମ ବେହେରା, ବିଷ୍ଣୁପଦ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.