କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

କଳାହାଣ୍ଡି,୩୧/୫: କରୋନା ସଂକଟ ମଧ୍ୟରେ ଜିଲ୍ଲାର ୧୩ଟି ବ୍ଲକରେ ସେବାକାଯ୍ୟ ଜାରି ରଖିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ସେହି କ୍ରମରେ କର୍ଲାମୁଣ୍ଡା ବ୍ଲକ ବଡଡୁଙ୍ଗରୀଗୁଡା ଗାଁର ଏକ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କର୍ଲାମୁଣ୍ଡା ବ୍ଲକ ବଡଡୁଙ୍ଗରୀଗୁଡା ଗାଁର ବିଧବା ମହିଳା ସାଏବନୀ ବଗର୍ତ୍ତୀ (୬୨)ଙ୍କ ପରିବାର ଅତି ଦୟନିୟ ଭାବରେ କାଳାତିପାତ କରୁଛନ୍ତି । ୨ ବର୍ଷ ପୂର୍ବେ ସ୍ବାମୀ ଚନ୍ଦ୍ର ବଗର୍ତ୍ତୀଙ୍କ ଦେହାନ୍ତ ହେବାପରେ ଦୁଇ ମାନସିକ ଭିନ୍ନକ୍ଷମ ପୁଅ ସୀତାରାମ (୩୫) ଓ ସୀନୁ (୨୨)ର ସବୁକଥା ବୁଝୁଛନ୍ତି ମା’ ସାଏବନୀ । ଏମାନଙ୍କ ଜମି ବାଡି କିଛି ନାହିଁ । ଦୁଇ ପୁଅଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ସାଏବନୀ କୁଳି ମଜୁରୀ ପାଇଁ ମଧ୍ୟ ଘରୁ ବାହାରି ପାରନ୍ତି ନାହିଁ । ଏହି ଅସହାୟ ମହିଳଙ୍କୁ ବିଧବା ଭତ୍ତା ମିଳିନାହିଁ । ସରକାରୀ ସାହାଯ୍ୟ କହିଲେ ମାସକୁ ୧୫ କିଲୋ ଚାଉଳ ଓ ଦୁଇ ପୁଅଙ୍କ ବିକଲାଙ୍ଗ ଭତ୍ତା । ଏଥିରେ ସେମାନେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ଏହି ପରିବାରର ଦୁଃଖଦ ଖବର ପାଇ ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଡୁଙ୍ଗରିଗୁଡା ଗାଁକୁ ଯାଇ କିଛି ଆର୍ଥିକ ସହଯୋଗ ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଏହି ସହାୟତା ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, ସହସଂପାଦକ ତ୍ରିଲକ୍ଷ ନାଏକ କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ସଂପାଦକ ନରୋତ୍ତମ ସେଲମା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସୁରଥ ହେର୍ଣ୍ଣା, କର୍ଲାମୁଣ୍ଡା ବ୍ଲକ ଯୁବ ଯାଦବ ସଭାପତି ଅରବିନ୍ଦ ଗହିର, ଧର୍ମଗଡ ବ୍ଲକ ଯୁବ ସଭାପତି ଲବଣୀ ରାଉତ, ଯାଦବ ନେତୃତ୍ବ ଉପେନ୍ଦ୍ର ହେର୍ଣ୍ଣା, ଗଜବାହାଲ ଆଞ୍ଚଳିକ ସଭାପତି ଲକ୍ଷ୍ମଣ ଗହିରଙ୍କ ସମେତ ଡୁଙ୍ଗରିଗୁଡା ଗ୍ରାମର ବୟୋଜେଷ୍ଠ ଯାଦବ ଲକ୍ଷ୍ମଣ ଭୋଇ,ମହାଦେବ ବାଗ, ମକୁନ୍ଦ ଗହିର, ସତ୍ରୁଘନ ଗହିର, ଦେବରାଜ ବଗର୍ତ୍ତି, ଚୈତନ୍ୟ ଗହିର ପ୍ରମୂଖ ଉପସ୍ଥିତ ଥିଲେ ।

ଦୁଇ ମାନସିକ ଭିନ୍ନକ୍ଷମ ପୁଅଙ୍କ ସହ ଏହି ମହିଳା ଜଣକ ଅତି ଦୟନିୟ ପରିସ୍ଥିତିରେ କାଳାତିପାତ କରୁଥିବାରୁ ଏମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହଯୋଗ ଯୋଗାଇଦେବା ପାଇଁ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

 

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.