୨ ଘଣ୍ଟା ପାଇଁ ସଟଡାଉନରେ ରହିଲା ପଲମ ଅଞ୍ଚଳ

ଟିଏମସିରୁ କ୍ବାରେନଟଇନ ଅବଧି ସାରି ଘରକୁ ବାହୁଡିଲେ ୫୦ ପ୍ରବାସୀ, ଶ୍ରମିକ ମାନେ ଯିବା ସମୟରେ ସଟଡାଉନ ଘୋଷଣା କଲେ ପଲମ ସରପଞ୍ଚ

Omkar Vasthu
Omkar Vasthu

କଳାହାଣ୍ଡି ୧/୬ : ଆଜି ପୂର୍ବାହ୍ନ ୧୦ଟା ରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ସଡଡାଉନରେ ରହିଥିଲା ନର୍ଲା ବ୍ଲକର ପଲମ ଅଞ୍ଚଳ । ପଲମ ଗ୍ରାମ ପଞ୍ଚାୟତ ଟିଏମସି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୫୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କରେଣ୍ଟାଇନ ଅବଧି ଆଜି ସରିଯିଇଛି । ସେମାନେ ଘରକୁ ଯାଇ ୭ ଦିନ ପାଇଁ ହୋମ କ୍ବାରେନଣ୍ଟାଇନରେ ରହିବେ ।

Pearl dental clinic
Near Ashish Medical Store, Bhawanipatna

ପଲମ ଏକ ବ୍ୟସ୍ଥବହୁଳ ଅଞ୍ଚଳ ହୋଇଥିବାରୁ ଟିଏମସିରୁ ପ୍ରବାସୀ ଓଡିଆମାନେ ନିଜ ନିଜ ଘରକୁ ଯିବା ସମୟ ସୋମବାର ଦିବା ୧୦ ଘଣ୍ଟାରୁ ଦିବା ୧୨ଘଣ୍ଟା ପର୍ଯ୍ୟନ୍ତ ୨ଘଣ୍ଟା ପାଇଁ ପଲମରେ ସଟଡାଉନ ଘୋଷଣା କରିଥିଲେ ସରପଞ୍ଚ ସାବିତ୍ରୀ ମାଝୀ । ଫଳରେ ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର ଓ ଜାନବାହାନ ଚଳ ପ୍ରଚଳ ତଥା ଜନସମାଗମ ବନ୍ଦ ରହିଥିଲା । ପରେ ପ୍ରବାସୀ ଓଡିଆ ମାନେ ନିଜନିଜ ଅଞ୍ଚଳକୁ ଯିବାପରେ ସରପଞ୍ଚ ସଟଡାଉନ ଘୋଷଣା ପ୍ରତ୍ୟାହାର କରିଥିଲେ ଏବଂ ଜୀବନଜାତ୍ରା ସ୍ବଭାବିକ ହୋଇଥିଲା ।

Udyog Nursery
Udyogi Nursery
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.