ବଲାଙ୍ଗିର,୧/୬ : ରାଇମାନ୍ ଫାଉଣ୍ଡେସନ ର ସମ୍ପାଦିକା ରଂଜୁ ରାଇମନଙ୍କ ନେତୃତ୍ବରେ ଟିଟିଲାଗଡ଼ର ଅନେକ ମହିଳା ଏକତ୍ରିତ ହୋଇ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଚାପ ପକାଇଥିବା ଘଟଣା ସମେତ ଜଳ ଏବଂ ବିଦ୍ୟୁତ ସମସ୍ୟାକୁ ନେଇ ଉପ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ରାଇମନ ଫାଉଣ୍ଡେସନ ଓ ଉପସ୍ଥିତ ମହିଳା ମାନଙ୍କ କହିବା ଅନୁଯାୟୀ ଲକଡାଉନ ସମୟରେ ଘରେ ଖାଇବାକୁ ନ ଥିବା ବେଳେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ପକ୍ଷରୁ ଟଙ୍କା ବାଧ୍ୟତା ମୂଳକ ଭାବରେ ଫେରାଇବା ପାଇଁ ଚାପ୍ ଦେଉଛନ୍ତି। ଗରିବ ଲୋକମାନେ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ପରିବାର ପ୍ରତିପୋଷଣ କରିବେ ବେଲି ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କରୁ ଋଣ ଆଣିଥିଲେ ଏବଂ ପର୍ଯ୍ୟାୟ କ୍ରମେ ସେସବୁ ସୁଝି ଆସୁଥିଲେ । ତେବେ କରୋନା ସଂକଟ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସବୁ ବନ୍ଦ ଥିବାରୁ ସେମାନଙ୍କ ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଏହି ସମୟରେ ପରିବାର ମୁହଁରେ ଦାନା ଦେବା ଅସମ୍ଭବ ହୋଇଉଠିଥିବା ସମୟରେ ମାଇକ୍ରୋ ଭାଇନାନ୍ସ କମ୍ପାନୀ ଜୋର ଜବରଦସ୍ତି କିସ୍ତି ଟଙ୍କା ଅସୁଳ କରୁଛି ।
ଏହା ସହି ଓଡ଼ିଶାର ଉତ୍ତପ୍ତ ସହର ଭାବରେ ପରିଚିତ ଟିଟିଲାଗଡରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରତି ୧୦ ରୁ ୧୫ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ର ଲୁଚକାଳି ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି। ତେଣୁ ଟିଟିଲାଗଡରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଗ୍ରୀଡ ବସାଇବାକୁ ଦାବି କରିଛନ୍ତି।
ଟିଟିଲାଗଡରେ ପ୍ରତିଦିନ ୪୫ ଡିଗ୍ରୀ ରୁ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରୁଥିବା ବେଳେ ଜଳ ଯୋଗାଣ ବିଭାଗ ସହରବାସୀଙ୍କୁ ପ୍ରତି ପାଞ୍ଚ ଦିନ କିମ୍ବା ଛଅ ଦିନରେ ଥରେ ମାତ୍ର କିଛି ମିନିଟ୍ ପାଇଁ ପାଣି ଯୋଗାଉଥିବା ଅଭିଯୋଗ କରିଛନ୍ତି। ଟିଟିଲାଗଡର ଏହି ସବୁ ସମସ୍ୟା ର ସମାଧାନ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ କରିବାକୁ ସେମାନେ ଅନୁରୋଧ କରିଛନ୍ତି।