ଲକ୍ ଡାଉନ୍ ସମୟରେ ଏସ୍.ଏଚ୍.ଜି. ଋଣ କିସ୍ତି ଛାଡ଼ ପାଇଁ ଦାବି

● ନେତୃତ୍ୱ ନେଲେ  ବିଜେଡ଼ି ରାଜ୍ୟପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ

କଳାହାଣ୍ଡି,୪/୫: ମହାମାରୀ କୋରୋନାରେ ଭାଙ୍ଗିପଡିଛି ଗରିବଙ୍କ ଆର୍ଥିକ ମେରୁଦଣ୍ଡ। ଲକଡାଉନ ଯୋଗୁଁ ବେସାହାରା ହୋଇ କାମ ଅଭାବର ସମ୍ମୁଖୀନ ହୋଇଛନ୍ତି। ଯାହାଫଳରେ ସାଧାରଣ ଜୀବନଯାପନ ବ୍ୟାହତ ହୋଇଛି। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇଯାଇଛନ୍ତି। ଯାହା ଦ୍ୱାରା ସେମାନେ ବେସରକାରୀ ଫାଇନାନ୍ସ କମ୍ପାନୀରୁ କରିଥିବା ଲୋନର କିସ୍ତି ସୁଝିପାରୁନାହାନ୍ତି।

Omkar Vasthu
Omkar Vasthu

ଏହି କ୍ରମରେ କେସିଙ୍ଗା ସହର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପଇଠ କରୁଥିବା ଲୋନର କିସ୍ତି ଏବେ ସୁଝିବାକୁ ଅସମର୍ଥ ଥିବାରୁ ଲକଡାଉନ ସରିବା ପର୍ଯ୍ୟନ୍ତ ପୈଠ ନକରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ବିଜେଡ଼ି ରାଜ୍ୟପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ କେସିଙ୍ଗାର ବିଭିନ୍ନ ୱାର୍ଡରୁ ଲୋନ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଲୋନ ଛାଡ଼ କରିବା ନଚେତ କିସ୍ତି ଅନୁଯାୟୀ ଲକଡାଉନ ପରେ ପରିଶୋଧ କରିବା ନେଇ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି।

Udyog Nursery
Udyogi Nursery

ଏହି ପ୍ରତିନିଧି ଦଳରେ ରାନୁ ନାଗ, କୋଶଲ୍ୟା ବିଶି, ରୀନା ସୁନାନୀ, ଅମ୍ବିକା, ମନୋରମା ନାଏକ, ଯାଜ୍ଞ କରୁଆଁ, ରାନୀ କରୁଆଁ, ପୁଷ୍ପା ନାଏକ, ଲକ୍ଷ୍ମୀ ପୁଟେଲ, ଅହଲ୍ୟା ପୁଟେଲ, ଲକ୍ଷ୍ମୀ ନିଆଲ ପ୍ରମୁଖ ସାମିଲ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.