ରାୟଗଡରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ପରେ ୨ଟି କଂଟେନମେଂଟ ଅଂଚଳରେ ସ୍ଥିତି ପରଖିଲେ ଉପଜିଲ୍ଳାପାଳ

ରାୟଗଡ,୪/୬: କୋଭିଡ-୧୯ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଯୁବତୀଙ୍କ ଚିହ୍ନଟ ପରେ ଗତ ଜୁନ୍ ୩୍ ତାରିଖରେ ରାୟଗଡ ସହରର ୱାର୍ଡ ନମ୍ବର-୫ର ରାମକୃଷ୍ଣ ନଗରର ଅଳ୍ପ ଅଂଚଳ ଓ ୱାର୍ଡ ନମ୍ବର ୨୪ର ଓଡୁଗୁଡା ଅଂଚଳକୁ ୨ଟି କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲ୍ଳା ପ୍ରଶାସନ । ଫଳରେ ଏହି ୨ଟି ଅଂଚଳକୁ ସଟ୍‌ଡାଉନ କରିଦିଆଯିବା ସହ ସମସ୍ତ ଗାଡି ଚଳାଚଳ ଓ ଚାଲି ଆସିବା ଉପରେ ରୋକ ଲଗାଇ ଦିଆଯାଇଛି । ତେବେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଉକ୍ତ ୨ଟି ଜୋନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ତଥା ୨ଟି ଜୋନର ସ୍ଥିତି ଉପରେ ନଜର ରଖିବା ପାଇଁ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳେ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କ ସହ ନୋଡାଲ ଅଫିସର ତହସିଲଦାର ଉମାକାନ୍ତ ବେହେରା କଂଟେନମେଂଟ ଜୋନ-୧ ରାମକୃଷ୍ଣ ନଗର ଓ ଓଡୁଗୁଡା ଜୋନ-୨ ଅଂଚଳକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।

ଏହା ସହିତ ପୈାର ପରିଷଦର ତରଫରୁ ଅଂଚଳକୁ ବିଶୋଧନ,ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ଉପରେ ପର୍ଯ୍ୟବେକ୍ଷଣ କରିଥିଲେ । ସେହିପରି ଖାଦ୍ୟ ଯୋଗାଣ ବିଭାଗ ତରଫରୁ କଂଟେନମେଂଟ ଅଂଚଳରେ ଥିବା ଲୋକମାନଙ୍କୁ ଚାଉଳ ୫କେଜି, ଡାଲି ୧କେଜି, ଆଳୁ ଓ ପିଆଜ ୨କେଜି ଲେଖାଁଏ, ରନ୍ଧା ତେଲ ୧ଲିଟର ସହ ଲୁଣ ଗୋଟିଏ ପ୍ୟାକେଟ୍ ଲେଖାଁଏ ୫୦ଟି ପରିବାରକୁ ବଂଟନ କରାଯାଇଥିଲା । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା, ଅଙ୍ଗନୱାଡି ଓ ଏଏନଏମଙ୍କୁ ଟିମ୍ ଗଠନ କରାଯାଇ ୨ଟି ଜୋନ ସମେତ ବସଷ୍ଟାଣ୍ଡ ଅଂଚଳରେ ରୋଗୀ ସଂସ୍ପର୍ଶ ଉପରେ ସର୍ବେକ୍ଷଣ କରିବାକୁ ଏବଂ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗୁରୁବାର ଦିନ ଠାରୁ ଚିହ୍ନଟ ରୋଗୀର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ,ସ୍ୱାବ ଟେଷ୍ଟ କରିଥିବା ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମୀମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି ଏବଂ ସେଗୁଡିକକୁ ମଧ୍ୟ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡିଛି । ରାୟଗଡ ପୈାର ପରିଷଦର ନିର୍ବାହୀ ଯନ୍ତ୍ରୀ ତଥା ନୋଡାଲ ଅଫିସର ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ପରିମଳ ନିରୀକ୍ଷକ ପି.ବାଲାରାଜୁଙ୍କ ଉପସ୍ଥିତିରେ କଂଟେନମେଂଟ ଅଂଚଳକୁ ବିଶୋଧନ କରାଯାଉଛି । ପୋଲିସ ବିଭାଗ ତରଫରୁ ବ୍ୟାପକ କଡା ବ୍ୟବସ୍ଥା କରାଯାଇ ଉକ୍ତ ଜୋନ ଅଂଚଳରେ ସମସ୍ତ ପ୍ରକାର ଗମନାଗମନକୁ ଠପ୍ କରିଦିଆଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.