ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ ଉତ୍ସବ ଉଦଯାପିତ : ଜଗନ୍ନାଥ ମନ୍ଦିରକୁ ବିଜେ ହେଲେ ପଟିଦିଅଁ

● ୬ଟି ମନ୍ଦିରରୁ ଆଜ୍ଞାମାଳ ଆଣି ପୂଜକ ତିନି ପଟିଦିଅଁଙ୍କୁ କରାଇଲେ ବିଜେ

ବାଲେଶ୍ବର,୫/୬(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଆଜି ଅପରାହ୍ନରେ ସ୍ନାନ ପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ‘ବାଲେଶ୍ବରୀ କଳା କେନ୍ଦ୍ର’ ଓ ‘ନୋସି ଇମ୍ଫ୍ରା’ର ମିଳିତ ଆନୁକୂଲ୍ୟରେ ମଇ ୩୧ ରବିବାର ଅପରାହ୍ନ ୪ ଘଟିକାରେ ଆରମ୍ଭ ହୋଇଥିବା ୬ଷ୍ଠ ପଟିଦିଅଁ ଅଙ୍କନ ଉତ୍ସବ ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି।ଏହି ଉତ୍ସବରେ ଆବାହକ ଶିଳ୍ପୀ କେଶୁଦାସ ପୌରୋହିତ୍ୟ କରିଥିଲେ। ଏଥିରେ ନୀଳଗିରି, ଶାସଙ୍ଗ, ବାଣ୍ଠିଆ, ଜୟଦେବ କସବା, ଦୁବଲାଗଡି ଓ ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ଅନନ୍ତ ବାସୁଦେବ, ଭୁବନେଶ୍ବରୀ ଓ ଅନନ୍ତ ନାରାୟଣଙ୍କ ପଟିଦିଅଁ ଅଂକନ କରାଯାଇଥିବା ବେଳେ ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ପଟିଦିଅଁ ଅଙ୍କନର ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ, ଦୀନକୃଷ୍ଣ ଦାସ , ଅଙ୍କିତ ଦାସ ପ୍ରମୁଖ ଯୋଗ ଦେଇ ପଟିଦିଅଁ ପରମ୍ପରା ଓ ସଂସ୍କୃତି ଆଧାରିତ ପଟି ଉପରେ ଚିତ୍ର ଅଙ୍କନ କରିଥିଲେ।

ଏହି ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ମଇ ୩୧ ତାରିଖରୁ ଆରମ୍ଭ ହୋଇଥିଲା ଓ ଆଜି ୫ ତାରିଖ (ସ୍ନାନ ପୂର୍ଣ୍ଣିମା)ରେ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ସମାପିତ ହୋଇଛି।
‘ଲକ୍-ଡାଉନ୍’ର ସମସ୍ତ ସରକାରୀ ନିୟମକୁ ପାଳନ କରାଯାଇ କାର୍ଯ୍ୟକ୍ରମ କରାଯାଇଥିବା କଥ ଉଦ୍ୟୋକ୍ତା ପ୍ରକାଶ କରିଛନ୍ତି। ୬ଟି ମନ୍ଦିରରୁ ଆଜ୍ଞାମାଳ ନେଇ ପୂଜକମାନେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ତିନି ପଟିଦିଅଁଙ୍କୁ ନିଜ ନିଜ ମନ୍ଦିରକୁ ବିଜେ କରାଇଥିଲେ। ଏଥିରେ ମନ୍ଦିରର ପୂଜକଙ୍କ ସହ ପ୍ରବୀର କମିଳା, ମନୋରଞ୍ଜନ ସାହୁ, ଅଭିମନ୍ୟୁ ସାହୁ, ଜିତାମିତ୍ର ଦାସ, ସମରେନ୍ଦ୍ର ମହାପାତ୍ର, କନକଲତା ଦାସ, ପୂଜା ରାଉଳ, ନିରଞ୍ଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ, ସଞ୍ଜୁତା ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.