ଚୀନ ଆକ୍ରମଣରେ ଶହୀଦ ଯବାନଙ୍କୁ ବିଜୁ ଛାତ୍ର ଜନତା ଦଳର ଶ୍ରଦ୍ଧାଞ୍ଜଳି

ବାଲେଶ୍ଵର, ୧୯/୬: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସମ୍ପ୍ରତି ଲଦାଖର ଗାଲୱାନ୍ ଘାଟିରେ ଚୀନ ପକ୍ଷରୁ ହୋଇଥିବା ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତୀୟ ବୀର ଯବାନ୍। ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସେଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲେଶ୍ୱର ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶରେ ମହାସଚିବ କୁଶାଲ ଚାଟାର୍ଜୀ ଓ ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରା ଯାଇଥିଲା। ଅପରାହ୍ନରେ ସ୍ଥାନୀୟ ଫକୀରମୋହନ କଲେଜ ସମ୍ମୁଖରେ କ୍ୟାଣ୍ଡେଲ୍ ଜଳାଇ ଶହୀଦମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ପାଇଁ ଶୋକପ୍ରକଟ କରାଯାଇଥିଲା।

Udyog Nursery
Udyogi Nursery

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଜେନା, କିରଣ ନାଥ, ମନୋରଞ୍ଜନ ମହାରଣା, ରାହୁଲ ନାୟକ, ସବ୍ୟସାଚୀ ପୃଷ୍ଟି, ଚିନ୍ମୟ ମହାନ୍ତି, ସାଜିଦ କାଦ୍ରୀ, ସୁଶୀଲ ପଣ୍ଡା, ସୁରଜ ସାହୁ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ, ଚନ୍ଦ୍ର ଶେଖର ସାହୁ, ଜଗତ ଜୀବନ ମହାନ୍ତି, ସତ୍ୟ ଜେନା, ଅମର ସାହୁ, ସମ୍ବିତ ମହାନ୍ତି, ଅଙ୍କିତ ବେହେରା, ଦେବରାଜ ଦେ, ବିଶ୍ୱଜିତ ପଣ୍ଡା, ସାହବାଜ ଶେଖ, ଚିନ୍ମୟ ପରିଡ଼ା, ସାଗର ଦାସ, ସଂଗ୍ରାମ ଦାସ, ଜ୍ଞାନ, ଦେବାଶିଷ, ଅନିଟ, ସାଗର ବାରିକ, ମନୀଷ ଜେନା ପ୍ରମୁଖ ଅଂଶଗ୍ରହଣ କରି ସହଯୋଗ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.