ଜୁନାଗଡ,୨୭/୬: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ- କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲରେ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଜାରିଙ୍ଗ ସ୍ଥିତ ନବମ ଆଇଆରବି ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ରାତିରେ ନିଜ ଗାଁକୁ ଯାଉଥିଲେ ।
ଜୁନାଗଡ଼ ବ୍ଲକ ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ଭାରସାମ୍ୟ ହରାଇ ପଡିଯାଇଥିଲେ । ରାତି ସମୟ ହୋଇଥିବା ଯୋଗୁଁ କେହି ଜାଣିବାକୁ ପାଇ ନ ଥିଲେ କି ଉଦ୍ଧାର ମଧ୍ୟ କରି ପାରି ନ ଥିଲେ । ପୋଲରେ ପାଣି ଥିବା ଯୋଗୁଁ ଘଟଣା ସ୍ଥଳରେ ବିଶ୍ୱଜିତଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta