ଜମି ପ୍ରସ୍ତୁତ : ଧାନ ତଳିକୁ ନେଇ ଚିନ୍ତିତ ଚାଷୀ, ବର୍ଷା ହେଲେ ଆଗେଇବ ଚାଷ କାର୍ଯ୍ୟ

ଏବର୍ଷ ମଧ୍ୟ ଚାଷୀଙ୍କ ଚାହିଦା ମୁତାବକ ମିଳିଲାନି ସରକାରୀ ଧାନ ବିହନ

କଳାହାଣ୍ଡି,୧୦/୭: ଠିକ ସମୟରେ ଚାଷୀଙ୍କ ଚାହିଦା ମୁତାବକ ସରକାରୀ ଧାନ ବିହନ ନମିଳିବାରୁ ଏବର୍ଷ କଳାହାଣ୍ଡି ଜିଲ୍ଲାରେ ଧାନ ଚାଷ ଟିକିଏ ଧିମେଇ ଯାଇଛି । ସରକାରୀ ବିହନକୁ ଅପେକ୍ଷା କରି କରି ନିରାଶ ହେବାପରେ ଚାଷୀମାନେ ବାଧ୍ୟହୋଇ ଅଧିକ ମୂଲ୍ୟରେ କମ୍ପାନୀ ଧାନ କିଣି ତଳି ପକାଇଥିଲେ । କେତେକ ଚାଷୀ ଏବେ ଅଛରା ତଳି ପକାଉଥିବା ଦେଖାଯାଉଛି । ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରୁ ଅନେକ କ୍ଷେତ୍ର ପ୍ରସ୍ତୁତି କରି ସାରିଛନ୍ତି । କିନ୍ତୁ ତଳି ଚିନ୍ତା ସହ ବର୍ଷା ସାଜିଛି ବାଧକ । କିଛି ଦିନ ହେଲା ବର୍ଷା ଉଭାନ ହୋଇଯାଇଥିବା ବେଳେ ଆଗକୁ ବର୍ଷାହେଲେ ଆଗେଇବ ଚାଷ କାର୍ଯ୍ୟ । ତେବେ ଜିଲ୍ଲାର ଜଳସେଚିତ ଅଞ୍ଚଳ ତଥା ବର୍ଷା ଜଳ ସଂରକ୍ଷଣ ହୋଇ ପାରୁଥିବା ଅଞ୍ଚଳ ମାନଙ୍କରେ ତଳି ରୋପିବା କାର୍ଯ୍ୟ ଏବେ ଏବେ ଆରମ୍ଭ ହୋଇଛି ।

ଚଳିତ ବର୍ଷ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାର ୨ ଲକ୍ଷ ୪ ହଜାର ୪୫୮ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରାୟ ୭୦ ହଜାର କ୍ବୁଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାର ବିହନ ନିଗମ ମାଧ୍ୟମରେ ମାତ୍ର ୨୫ ହଜାର କ୍ବୁଣ୍ଟାଲ ଧାନ ବିହନ ଯୋଗାଣ କରିଥିଲେ । ସେଥିମଧ୍ୟରୁ ୨୩ ହଜାର ୯୦୦ କ୍ବୁଣ୍ଟାଲ ଧାନ ବିହନ ବିକ୍ରି ହୋଇଥିବାବେଳେ ୧୧୦୦ କ୍ବୁଣ୍ଟାଲ ଧାନ ବିହନ ବିକ୍ରି ହୋଇ ନପାରି ପଡି ରହିଛି । ଅନ୍ୟ ବର୍ଷ ପରି ଏବର୍ଷ ମଧ୍ୟ ଚାଷୀଙ୍କ ଚାହିଦା ମୁତାବକ ଧାନ ବିହନ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଏପଟେ କମ୍ପାନୀ ବିହନର ଦାମ ଆକାଶଛୁଆଁ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ତାକୁ କିଣି ତଳି ପକାଇଛି ଚାଷୀ ।

କଳାହାଣ୍ଡିରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.