ରାହୁଲ ଜୈନ ହେଲେ ନୂଆପଡାର ନୂତନ ଏସ.ପି.
ନୂଆପଡା,୧୫/୭: ରାଜ୍ୟରେ ଆଇ.ପି.ଏସ. ସ୍ତରରେ ବଡ଼ ଅଦଳ ବଦଳ ହୋଇ ଥିବାର ସୂଚନା ମିଳିଛି । ସେହି କ୍ରମରେ ନୂଆପଡା ଏସ.ପି. ବିନୀତ ଅଗ୍ରୱାଲଙ୍କୁ କନ୍ଧମାଳ ଏସ.ପି. ଭାବେ ନିଯୁକ୍ତି କରାଯାଇଥିବା ବେଳେ ଦେଓଗଡ଼ର ଏସ.ପି. ରାହୁଲ ଜୈନଙ୍କୁ ନୂଆପଡା ଏସ.ପି. ଭାବେ ନୂତନ କାର୍ଯ୍ୟଭାର ଦିଆ ଯାଇଛି । ଶ୍ରୀ ରାହୁଲ ଜୈନ ଆଇ.ପି.ଏସ. ଆର. ଆର. ୨୦୧୫ ବେଚ ର ଅଟନ୍ତି । ତେବେ ନୂଆପଡା ଜିଲ୍ଲାବାସୀ ନୂତନ ଏସ.ପି.ଙ୍କ କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ଦକ୍ଷତା ଦେଖିବା ପାଇଁ ଶୁଭ ମନାଷୁଛନ୍ତି । ନୂଆପଡା ଜିଲ୍ଲା ଏକ ଉପାନ୍ତ ଓ ସୀମାନ୍ତ ଅଂଚଳ ହୋଇ ଥିବାରୁ ଏଠାରେ ଅନେକ ସମୟରେ ବେଆଇନ ଭାବେ ଛତିଶଗଡ ମଦ, କଫ ସିରଫ, ଟାବଲେଟ, ଗଞ୍ଜେଇ ଚାଲାଣ ହୋଇଥାଏ । ଏହାକୁ କିପରି ଭାବେ ନୂତନ ଏସ.ପି. ରୋକ ଲଗାଇବେ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧି ଜିବୀ ମହଲରେ ମତ ପ୍ରକାଶ ପାଉଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta