ଟ୍ରାନ୍ସଫର୍ମର ତାର ଲାଗି ନାବାଳକ ଗୁରୁତର

ବ୍ଲକରେ ୫୦ ପ୍ରତିଶତ ଟ୍ରାନ୍ସଫର୍ମର ଅସୁରକ୍ଷିତ

ଲାଞ୍ଜିଗଡ,୧୭/୭: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ହରି କୁମାରଙ୍କ ଏକମାତ୍ର ଶିଶୁ ପୁତ୍ର ରିତେଶ କୁମାର(୯) ଟ୍ରାନ୍ସଫର୍ମର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରିତେଶର ବାପା ହରି କୁମାରଙ୍କ କହିବା ଅନୁଯାୟୀ ପୁଅ ରିତେଶ ନିଜ ସାଙ୍ଗ ମାନଙ୍କ ସହ ବିଶ୍ୱନାଥପୁର ଦୁର୍ଗା ମଣ୍ଡପ ନିକଟରେ ଥିବା ପଡ଼ିଆରେ ସନ୍ଧ୍ୟା ୪ଘଣ୍ଟା ସମୟରେ ଫୁଟବଲ ଖେଳୁଥିଲା। ଏହି ସମୟରେ ବଲଟି ଯାଇ ମୁକୁଳା ରହିଥିବା ଟ୍ରାନ୍ସଫର୍ମର ଉପରେ ରହିଲା। ରିତେଶ ପାଖକୁ ଯାଇ ବଲଟିକୁ କାଢୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଯାହା ଫଳରେ ରିତେଶ ଗୁରୁତର ଆହତ ହୋଇ ତଳେପଡି ଯାଇଥିଲା। ଫଳରେ ଛାତି, ବେକ, ଗୋଡ଼ ଓ ହାତ ବିଦ୍ୟୁତ ତାର ଲାଗି ପୋଡି ଯାଇଥିଲା। ଏହି ଖବର ବାପା ହରି କୁମାର ପାଇଲା ମାତ୍ରେ ଘଟଣା ସ୍ଥଳକୁ ଯାଇ ଗୁରୁତର ପୁତ୍ରକୁ ନେଇ ବିଷମ କଟକ ମେଡିକାଲରେ ଭର୍ତ୍ତି କରିଥିବା ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ବର୍ତ୍ତମାନ ବ୍ଲକରେ ୫୦ ପ୍ରତିଶତ ଟ୍ରାନ୍ସଫର୍ମର ମୁକୁଳା ହୋଇ ରହିଥିବା ବେଳେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଞ୍ଚଳବାସୀ କହିଛନ୍ତି। ଲାଞ୍ଜିଗଡ ଥାନା ପଛପଟ ଆରଆଇ ଅଫିସ ରାସ୍ତାରେ ଥିବା ଟ୍ରାନ୍ସଫର୍ମର ଡାଳ ପତ୍ରରେ ସମ୍ପୂର୍ଣ୍ଣ ଢାଙ୍କି ହୋଇଯାଇଛି। ଗାଈ ଗୋରୁ ଓ ମଣିଷ ପାଇଁ ବିପଦ ରହିଥିବା ବେଳେ ଟ୍ରାନ୍ସଫର୍ମର ବସିଥିବା ଚନ୍ଦିନୀ ଫାଟି ଅଧାଭାଗ ତଳେ ପଡି ଯାଇଛି। ବର୍ତ୍ତମାନ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଅଧିକାଂଶ ଟ୍ରାନ୍ସଫର୍ମର ଡାଳପତ୍ରରେ ଢାଙ୍କି ହୋଇ ରହିଥିବା ବେଳେ ଅସୁରକ୍ଷୀତ ଅବସ୍ଥାରେ ପଡ଼ି ରହିଛି। ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଅନେକ ସମୟରେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଲାଗି ରହୁଛି। ଏହାକୁ ନେଇ ବ୍ଲକରେ ଜନ ଅସନ୍ତୋଷ ଦେଖା ଦେଇଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.