ଓଡିଶା ରାଜ୍ୟ ଆଶା ସାଥି ସଂଘ ରାୟଗଡ ଜିଲ୍ଳା ଶାଖା ତରଫରୁ ୮ଦଫା ଦାବିପତ୍ର

ରାୟଗଡ,୧୭/୭: ଭାରତୀୟ ମଜୁଦର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ରାୟଗଡ ଜିଲ୍ଳା ଶାଖା ତରଫରୁ ଜିଲ୍ଳା ମୁଖ୍ୟ ଚିିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକଙ୍କ ଜରିଆରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଶୁକ୍ରବାର ଦିନ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦାବିଗୁଡିକ ମଧ୍ୟରେ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬ହଜାର ଟଙ୍କା ପ୍ରଦାନ କରିବା, ଆଶା ସାଥୀମାନଙ୍କର ୟୁନିଫମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଟ୍ରେନିଂ ଦେବା, ୧୩ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ବୀମା ଏବଂ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରିବା, ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯିବା ଆଦି ଦାବି ଉଲ୍ଳେଖ ରହିଛି ।

Udyog Nursery
Udyogi Nursery

ସ୍ଥାନୀୟ ମହାତ୍ମାଗାନ୍ଧୀ ପାର୍କ ନିକଟରୁ ଏକ ଶୋଭାଯାତ୍ରା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ରାୟଗଡ ଜିଲ୍ଳା ସଂଘର ମନୋରମା ବେନିଆ, ପଦ୍ମୀନି ପଡିହାରୀ,ଭାରତୀୟ ମଜଦୁର ସଂଘର ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଅରୁଣ ଲେଙ୍କା, ଜିଲ୍ଳା ଉପସଭାପତି ମୋହନରାଓ ମାଝିଙ୍କ ସମେତ ଅନ୍ୟ ଆଶାସାଥୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.