ତପନ କୁମାର ସାହୁଙ୍କ କବିତା : ଫୁଲେଇ କୃଷ୍ଣଚୁଡା

ଏ ବର୍ଷ ବର୍ଷା ଆସିଛି
କଲେଜ ପାଖ କୃଷ୍ଣଚୁଡା ଗଛ ମାନଙ୍କୁ ଛୁଇଁ
ଦୁଇପାଖେ ଥିବା ବିଲ ପଟଦେଇ
ବର୍ଷା ଆସିଛି ଖୋଜି ଖୋଜି
ଏକ ମୌସୁମୀ ପାଦଚି଼ହ୍ନ ନେଇ ।।

ଏ ବର୍ଷ ବର୍ଷା ଆସିଛି
ନୂଆ ନୂଆ କଲେଜ
ପାଦସ୍ପର୍ଶ ହୋଇଥିବା ଝିଅଟେ ପରି !
ପାଦ ଚାପି ଚାପି ଚାଲିଛି
ସୁନ୍ଦରି କୃଷ୍ଣଚୁଡା
ତା ଓଢଣୀ ଭିତରେ
ଲୁଚିଥିବା ନାଲିଟୋପା ସହ
ଏକାକାର ହୋଇ
ନିସଙ୍ଗ ବର୍ଷାର ସଙ୍ଗମେ ।।

ବର୍ଷା ଭିଜେଇ ସାରିଛି କୃଷ୍ଣଚୁଡା କୁ
ଅଧାଅଧା ଓଦା ରାସ୍ତାର ମଝିରେ
ଫୁଲସବୁ ବିଞ୍ଚିହୋଇ ପଡିଛି
ତା ପାଦରେ ପାଉଁଜି ଛନ୍ଦିବାକୁ
ଆଉ ଓଠରେ ରକ୍ତିମ ଗୋଲାପ ର
ବାସନା ଶୋଷିବାକୁ
ଚିର ଶ୍ରାନ୍ତ ସୋଇପଡିଛି
ଟିକକ ଲୁହ ସାଥେ.. ଦଦରା ରାସ୍ତାରେ
କେତେ କଷ୍ଟ ସହି…. ପଡିଛି କୃଷ୍ଣଚୁଡା
ସୁନ୍ଦରି ଆଖ୍ୟା ନେଇ ।।

ଓଦା ଦେହର ନକ୍ସା ଆଙ୍କୁଛି ବର୍ଷା
ତଥାପି କୃଷ୍ଣଚୂଡ଼ା ନିଃସହାୟ
ତା ରକ୍ତାକ୍ତ ରଙ୍ଗ ନେଇ
ଖିନଭିନ ଅସଜଡ଼ା ବେଣୀକୁ
ଛୁଇଁଛୁଇଁ ଧୋକାଚାଲିଛି
ଆଖିର କଜଳ
ଓଠରେ ଚୁମି ଦେଇସାରିଛି
ମଧୁମିଳନ ର ସ୍ୱର
ନିଃସହାୟ ସୁନ୍ଦରି କୃଷ୍ଣଚୂଡ଼ା
ନିଜ ସ୍ୱନ୍ଧର୍ଯ୍ୟର ପରିଭାଷାରେ
ଗାଇଚାଲିଛି ବର୍ଷାସହ
ମିଳିତ ହୋଇ
ମଧୁମିଳନର ଗୀତି ।।

ଚିର ସୁନ୍ଦର ଅବଚେତନା ରେ
ସ୍ନିଗ୍ଧ ଜହ୍ନର ଆଢୁଆଳେ
ଲୁଚିବାକୁ ବର୍ଷାରେ କରେ ଅନୁରୋଧ
ତଥାପି ବର୍ଷା
ଅବିରତେ ନିଜ ଶବ୍ଦର କଣିକା
ତୋଳି ଚାଲିଛି
ଧୂଳି ସରସର ରାସ୍ତାରେ
ଭାଙ୍ଗି ସୁନ୍ଦରି କୃଷ୍ଣଚୂଡ଼ାର ସପନ
ନିଜେ ଜାରି ରଖିଛି
ନିଜସ୍ୱ ବିଶ୍ୱାସ
ଶୋଇ ସାରିଛି କୃଷ୍ଣଚୁଡା
ନୀରବରେ ନିସଙ୍ଗେ ମଧୁରାତିରେ ।।ଟକାରୁମାଲ
ରିଞ୍ଜା, କଳାହାଣ୍ଡି
ମୋ: ୭୩୨୮୦୦୧୫୭୫

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.