ଅପପୃଷ୍ଟି ରୋକିବା ପ୍ରୟାସରେ ଜୁନାଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ

ଜୁନାଗଡ଼,୨୮/୭: ରାଜ୍ୟ ସରକାର ଗର୍ଭାବତୀ, ପ୍ରସୂତୀ ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ନିମନ୍ତେ ୨୦୧୧ ରୁ ଛତୁଆ ଓ ୨୦୧୮-୧୯ ରୁ ଚିକି ଲଡୁ ଓ ସୁଜି ଯୋଗାଉଛନ୍ତି। ଏଥିରେ ୬ ମାସରୁ ୩ ବର୍ଷର ଶିଶୁଙ୍କୁ ପ୍ରତି ମାସରେ ୨ କିଗ୍ରା ୫ଶହ ଗ୍ରାମର ଛତୁଆ, ସୁଜି ଓ ୧୨ଟି ଅଣ୍ଡା ଦେବାର ବ୍ୟବସ୍ତା କରିଛନ୍ତି।ସେହିପରି ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ ୪କିଗ୍ରାର ଛତୁଆ, ଗୋଟିଏ ପକେଟ ଚିକି ଲଡୁ ଓ ୧୨ଟି ଅଣ୍ଡା ଦିଆଯାଉଛି। ଏହି କ୍ରମରେ ଜୁନାଗଡ଼ ବ୍ଲକର କୁଲିହାରୀ ସ୍ଥିତ ମା ସର୍ବମଙ୍ଗଲା ସ୍ୱୟଂ ସହାୟକ ଗୋଷ୍ଠୀ ଓ କେଳିଆ ସ୍ଥିତ ଝାଂସିବାଇ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ଓ ଯୋଗାଣ କରୁଛନ୍ତି। ଛତୁଆ ପ୍ରସ୍ତୁତିର ମାନ ନିରୀକ୍ଷଣ ପାଇଁ ତହସିଲଦାର ଓ ବିଡ଼ିଓଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଦାଇତ୍ୱ ଦିଆଯାଇଛି।ଅପପୃଷ୍ଟି ରୋକିବାର ଏହି ସମନ୍ୱିତ ପ୍ରୟାସ ଜୁନାଗଡରେ ଆଶାନୁରୂପ ଫଳପ୍ରସୂ ହେବାରେ ଲାଗିଛି।ସର୍ବମଙ୍ଗଲା ସ୍ୱୟଂ ସହାୟକ ଗୋଷ୍ଠୀ ୭ଟିସେକ୍ଟର ଓ ଝାଂସିବାଇ ସ୍ୱୟଂ ସହାୟକ ଗୋଷ୍ଠୀ ୩ଟି ସେକ୍ଟରେ ସାମଗ୍ରୀ ପ୍ରସ୍ତୁତ କରି ନିରବିଛିନ୍ନ ଭାବେ ସବୁ ସେକ୍ଟର ଓ ସର୍ବୋପରି ଉପାନ୍ତ ଦେଦର, ଦୁଣ୍ଡେଲମାଲ, ବଙ୍କପାଳସ, ବୁଢ଼ୀଦର ଆଦି ଅଞ୍ଚଳରେ ଯୋଗାଣ ଅବ୍ୟାହତ ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଅତୀତରେ ଅପପୃଷ୍ଟି ବ୍ୟାପକଭାବେ ରହିଥିଲା। ଏହି ବ୍ଲକରେ ସଂପ୍ରତି ପ୍ରସୂତୀ ୨୫୪୩ ଜଣ, ୬ମାସରୁ ୩ ବର୍ଷର ଶିଶୁ ୫୮୬୮ ଓ କିଶୋରୀ ବାଳିକା ଙ୍କ ପାଇଁ କୁଲିହାରୀ ସ୍ଥିତ ମାଁ ସର୍ବମଙ୍ଗଲା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଝାଂସିବାଇ ସ୍ୱୟଂ ସହାୟକ ଗୋଷ୍ଠୀ କେଳିଆ ଦ୍ୱାରା ଛତୁଆ, ଚିକି ଲଡୁ, ସୁଜି ଆଦି ପୃଷ୍ଟିକର ସାମଗ୍ରୀ ପ୍ରସ୍ତୁତ କରିବା ସହ ବଣ୍ଟନ କରୁଛନ୍ତି।କ୍ରମାଗତ ସଠିକ ପ୍ରସ୍ତୁତି ଓ ଆବଣ୍ଟନ ଯୋଗୁଁ ଏହା ସହଜେ ଉପଲବ୍ଧ ହେବା ସହ ଅପପୃଷ୍ଟି ବହୁମାତ୍ରାରେ କମିଛି।

Udyog Nursery
Udyogi Nursery

କରୋନା ଭଳି ସମ୍ବେଦନଶୀଳ ସମୟରେ ଅପପୃଷ୍ଟି ପରିଚାଳନା ସମ୍ବଧରେ ଜୁନାଗଡ଼ ସିଡିପିଓଙ୍କୁ ପଚାରିବାରୁ ପ୍ରସ୍ତୁତ ଛତୁଆ, ଚିକିଲଡୁ ଓ ସୁଜିର ମାନ ତଦାରଖ ପାଇଁ ଅଧିକାରୀ ଦାଇତ୍ୱ ନେଇଛନ୍ତି ଓ ଅପପୃଷ୍ଟି ବହୁ ମାତ୍ରାରେ କମିଛି, ଅଗାମୀ ଦିନରେ ଏହାକୁ ଆହୁରି ସଠିକ ପରିଚାଳନା କରାଯିବ ବୋଲି କହିଥିଲେ। ଜୁନାଗଡ଼ ବ୍ଲକରେ ଅପପୃଷ୍ଟି କ୍ରମଶଃ କାମୁଥିବାରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଛନ୍ତି।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.