ମାଓବାଦୀଙ୍କ ସହିଦ ସପ୍ତାହ

ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛି ଲାଲ୍ ବାହିନୀ

କୋରାପୁଟ/ମାଲକାନଗିରି,୨୮/୭: ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ । ଜୁଲାଇ ୨୮ ତରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ ସଂଗଠନର ବାଂସଧାରା – ଘୁମଷୁର – ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ।

ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାର ସମ୍ଭାବନା ରହିଛି । ମାଓ ପ୍ରବଣ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ବିଭିନ୍ନ ଜିଲ୍ଲାରେ ସୀମା ଓ ପ୍ରବେଶ ପଥକୁ ସିଲ୍ କରି ଚେକିଂ ଓ ବ୍ଲକିଂ ଜାରି ରହିଛି । ସର୍ଚ୍ଚ ଅପରେସନ ଚଳାଇଛନ୍ତି ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନ ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.