ଅଗଷ୍ଟ ୨ ଯାଏଁ ସଟ୍ ଡ଼ାଉନରେ ମ.ରାମପୁର ପଞ୍ଚାୟତ

● ବ୍ଲକରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ନେଲେ ମ.ରାମପୁର ସରପଞ୍ଚ

କଳାହାଣ୍ଡି,୩୦/୭: କରୋନା ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଆଜି ମ.ରାମପୁର ବ୍ଲକର ଦ୍ୱିତୀୟ କରୋନା ପଜିଟିଭ ମ.ରାମପୁର ଗ୍ରାମପଂଚାୟତରୁ ଚିହ୍ନଟ ହେଇଥିବା ଜଣାଯାଇଛି । ଆଜିର ଏହି ଦ୍ୱିତୀୟ କରୋନା ଚିହ୍ନଟପରେ ମ.ରାମପୁର ସରପଞ୍ଚ ଚିତ୍ତରଂଜନ ବାଗ ମ.ରାମପୁର ଅଂଚଳର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି (ଗୁରୁବାର) ସନ୍ଧ୍ୟା ୬ଘଂଟା ସମୟରୁ ରବିବାର ସକାଳ ୬ଘଂଟା ସମୟ ପର୍ଯ୍ୟନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଖୋଲାରହିବ ଏବଂ ଅନ୍ୟ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଛନ୍ତି । ତେବେ କରୋନାର ଭୟାବହତା ଧୀରେ ଧୀରେ ବଢୁଥିବା ଦେଖାଯାଇଛି ଏବଂ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ କେହି ଘରୁ ବିନା କାମରେ ବାହାରକୁ ନ ବାହାରି ଘରେ ସୁରକ୍ଷିତ ରୁହନ୍ତୁ ବୋଲି ସରପଂଚ ଶ୍ରୀ ବାଗ ନିବେଦନ କରିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.