‘କାଳିଆ’ ଟଙ୍କା ଫେରସ୍ତକୁ ନେଇ ଚିନ୍ତା ଓ ଦ୍ବନ୍ଦାତ୍ମକ ସ୍ଥିତିରେ ଚାଷୀ

● ସରକାର କହୁଛନ୍ତି ଟଙ୍କା ଫେରାଅ

● ବିରୋଧୀଦଳ ନେତା କହୁଛନ୍ତି ଫେରାଇବା ଦରକାର ନାହିଁ

ଜୁନାଗଡ଼,୧/୮: କାଳିଆ ଯୋଜନା ଅର୍ଥ ଫେରସ୍ତକୁ ନେଇ ସମସ୍ୟାରେ ପଡିଯାଇଛନ୍ତି ଚାଷୀ କୂଳ । ଚାଷବାସ କାମରେ ଅର୍ଥ ନିଅଣ୍ଟ ହେଉଥିବା ସମୟରେ କିପରି ଟଙ୍କା ଫେରାଇବେ ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଲେଣି ପଡ଼ିଯାଇଛି । ବର୍ତମାନ ତଳି ରୁଆ କାମ ଚାଲିଥିବାବେଳେ ଖତ, ବିହନ, କୀଟ ନାଶକ, କୃଷି ଶ୍ରମିକଙ୍କୁ ପ୍ରାପ୍ୟ ଆଦି ଆର୍ଥିକ ବୋଝରେ ଭାରାକ୍ରାନ୍ତ ରହିଛି ଚାଷୀ । ଏପଟେ ବିରୋଧୀଦଳ ନେତା ଚାଷୀଙ୍କୁ ଟଙ୍କା ନଫେରାଇବା ଆହ୍ବାନ ଦେଇଛନ୍ତି । ଏହାକୁ ନେଇ କୃଷି ଜିଲ୍ଳାର ୭୫୧ ଜଣ ନୋଟିସ ପାଇଥିବା ଚାଷୀ ମହଲରେ ଦ୍ବନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ତାଲିକାରେ ଏପରି  ଅନେକ ଲୋକ ଅଛନ୍ତି ଯେଉଁମାନେ ନାମମାତ୍ର ଚାଷୀ ଓ କାଳିଆ ଟଙ୍କା ପାଇବା ପାଇଁ ହକଦାର, ତେବେବି ସେମାନଙ୍କୁ ଟଙ୍କା ଫେରାଇବାକୁ ତାଗିଦ ଆସିଛି । ତେଣୁ ରାଜ୍ୟ ସରକାର ଚାଷୀଙ୍କ ହିତ ଦୃଷ୍ଟିରୁ ପୁନଶ୍ଚ ଏ ସମ୍ପର୍କରେ ବିଚାର କରିବା ଉଚିତ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.