ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ

କୋକସରା,୪/୮: କୋକସରା ବ୍ଲକ ରେଙ୍ଗାଳ ପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ପୂଝାରୀଙ୍କ ହଠାତ ଦେହାନ୍ତ ଖବର କୋକସରା ବ୍ଲକର ସମସ୍ତ କର୍ମଚାରୀ ଓ କାର୍ଯ୍ୟରତ ଥିବା ରେଙ୍ଗାଲପାଳି ଓ ଡହଗାଁ ପଞ୍ଚାୟତ ଅଞ୍ଚଳରେ ଆଶ୍ଚର୍ଯ୍ୟ ଚକିତ କରିବା ସଙ୍ଗେ ଶୋକରଛାୟା ଖେଳେଇ ଦେଇଛି ।

ଆଜି ନିଜ ଗାଁ ମୂଖିଗୁଡା (ଧର୍ମଗଡ଼ ବ୍ଲକ ) ଠାରେ ସକାଳୁ ଶୌଚ ପରେ ଛାତିରେ ଯନ୍ତ୍ରଣା ପାଇ ହଠାତ ଘର ପାଖରେ ଝୁଣ୍ଟି ପଡିବାରୁ ଘର ଲୋକ ଉଦ୍ଧାର କରି ଅଚେତ ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟ ଧର୍ମଗଡ଼କୁ ଆଣି ଚିକିତ୍ସା କରୁଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ସ୍ତ୍ରୀ ଓ ଗୋଟିଏ ଶିଶୁ ଅଛନ୍ତି । ଯୁବକ ଅବସ୍ଥାରେ ମୃତ୍ୟୁକୁ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ସହ୍ୟ କରିପାରୁନାହାନ୍ତି ।

ଜଣେ କର୍ମଠ ଓ ଦାୟିତ୍ୱବାନ ପଞ୍ଚାୟତ ଅଧିକାରୀ ଭାବେ ବ୍ଲକରେ ତାଙ୍କର ସୁନାମ ଥିଲା ।‌ ଲୋକଙ୍କ ସମସ୍ୟାକୁ ସରକାରୀ ସ୍ତରରେ ଯଥା ସମ୍ଭବ ସମାଧାନ କରୁଥିଲେ । ପଞ୍ଚାୟତ ଅଧିକାରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଥମେ ରେଙ୍ଗାଳପାଳି ଓ ଅତିରିକ୍ତ ଦାଇତ୍ୱ ରେ ଡହ ଗାଁ ପଞ୍ଚାୟତ ଦାଇତ୍ୱରେ ଥିଲେ । ଏଭଳି ଜଣେ କର୍ମଠ ଓ ଦାୟିତ୍ୱ ବାନ କର୍ମଚାରୀଙ୍କୁ ହରେଇ ବ୍ଲକର ଜିଆରଏସ, ପିଇଓ ଏବଂ କାର୍ଯ୍ୟରତ ଥିବା ଅଞ୍ଚଳର ଲୋକ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.