ମୁଷାପାଲି ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ ରଶ୍ମୀରେଖା ରାଉତ

ଆଗୁଆ ସତର୍କତା ଏବଂ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନେଲେ ସରପଞ୍ଚ

କୋକସରା,୪/୮: କରୋନା ମହାମାରୀ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ମୂଷାପାଳି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ରଶ୍ମିରେଖା ରାଉତ । ପଡୋଶୀ ଡାଳଗୁମା ପଞ୍ଚାୟତରେ ଦୁଇଜଣ କରୋନା ପଜିଟିଭ ବାହାରିବା ଓ ମୂଷାପାଳି, ଗହନାମୁଣ୍ଡା ବଫର ଜୋନରେ ଥିବା ହେତୁ ପଞ୍ଚାୟତର ସମସ୍ତ ଅଞ୍ଚଳକୁ ଅଗଷ୍ଟ ୪ତାରିଖ ସକାଳ ୮ଘଣ୍ଟାରୁ ଅଗଷ୍ଟ ୬ ସକାଳ ୮ଘଣ୍ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି । ଆଗୁଆ ସତର୍କତା ଏବଂ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରି ଲୋକଙ୍କୁ ଅବଗତ କରାଯାଇଛି । ଏହି ସଟ୍‌ଡାଉନ ଯୋଗୁଁ ନିର୍ଧାରିତ ସମୟ ପର୍ଯ୍ୟନ୍ତ ମୂଷାପାଳି ପଞ୍ଚାୟତର ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ସଟଡାଉନରୁ ଜରୁରୀକାଳୀନ ସେବା, ଔଷଧ ଦୋକାନ, ଅତ୍ୟାବଶ୍ୟକ ସାମଗ୍ରୀ, କ୍ଷୀର ଦୋକାନକୁ ବାଦ୍ ଦିଆଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.