ଅନ୍‌ଲାଇନ୍ ପାଠପଢା ଉପାନ୍ତ ଇଲାକାରେ ଏକ ପ୍ରହସନ ମାତ୍ର

ମୋବାଇଲ ନେଟୱାର୍କ ସାତସପନ : ଚିନ୍ତାରେ ଛାତ୍ରଛାତ୍ରୀ

କଳାହାଣ୍ଡି,୧୦/୮(ହେମନ୍ତ ସାହୁ): ସରକାର ଶିକ୍ଷା ବ୍ୟବସ୍ଥାକୁ ଏବେ ଅନଲାଇନ କରିଦେଲେ ସତ କିନ୍ତୁ ବାସ୍ତବିକ ଚିତ୍ର ଖୁବ ଓଲଟା । କଳାହାଣ୍ଡି ଜିଲ୍ଲାରେ ଏମିତି ଅନେକ ଉପାନ୍ତ ଅଂଚଳ ରହିଛି ଯୋଉଠି ମୋବାଇଲ ସେବା ନାହିଁ କି ସମସ୍ତ ପରିବାରରେ ଆର୍ଥିକ ସମ୍ବଳ ନାହଁ ଦାମୀ ମୋବାଇଲ କିଣିବାକୁ । ମ.ରାମପୁର ବ୍ଲକ ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଂଚାୟତ ଓ ଗାଁ ଅଛି ଯୋଉଠି ମୋବାଇଲ ନେଟୱାର୍କ ସାତସପନ । ମାଣିକେରା ଗ୍ରାମ ପଂଚାୟତ ଅନ୍ତର୍ଗତ ଉପରନୂଆଗାଁ, ତଳନୂଆଗାଁ, ମାର୍ଦ୍ଦାଯୋର, କମ୍‌ଗାଁ, ବାଂଜାମୁଣ୍ଡା, ଅରସପୁପା, ଯୁଗୋଇ ଭଳି ଅନେକ ଆଦିବାସୀ ଅଧ୍ୟୁଷିତ ଗାଁ ଅଛି ଯେଉଁଠି ଏ ପର୍ଯ୍ୟନ୍ତ ମୋବାଇଲ ନେଟୱାକ ନାହିଁ । ତଳନୂଆଗାଁ ଠାରେ ୨୦୨୦ ମସିହାରେ ଏକ ମିନି ବିଏସଏନଏଲ୍ ଟାୱାର ବସିଥିଲେ ବି ଦିନ ଦିନ ଧରି ନେଟୱାର୍କ ଆସୁନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଉକ୍ତ ଟାୱାର ନିମେନ୍ତ ଗ୍ରାମବାସୀ ନିଜ ଖର୍ଚ୍ଚରେ ୬୦ହଜାର ଟଙ୍କା ବ୍ୟୟରେ ଏକ ଇନର୍ଭଟର କିଣିଦେଇଥିଲେ କିନ୍ତୁ ଏବେ ସେବା ଠିକ୍ ଭାବରେ ମିଳିପାରୁନାହଁ । ଫଳତଃ ଏ ଅଂଚଳରେ କରୋନା କଟକଣା ଯୋଗୁଁ ଶିକ୍ଷାରେ ବିଶେଷ ବାଧାପ୍ରାପ୍ତ ହେଉଛି । ଗାଁରୁ ୭କିମି ଦୂର ମୋହନଗିରୀ ଗଲେ ହିଁ ନେଟୱାର୍କ ଉପଲବ୍ଧ ହେଉଛି । ସରକାରଙ୍କ ବିଦ୍ୟୁତ ମଧ୍ୟ ବାରମ୍ବାର ବ୍ୟାଘାତ ହେଉଛି । ଘରେ ବସି ପାଠ ପଢିବା କିମ୍ବା ମୋବାଇଲରେ ପଢିବା ଏଠାରେ ସାତସପନ । ଆଦିବାସୀ ତଥା ଗରୀବ ଜନସାଧାରଣ ହୋଇଥିବାରୁ ସମସ୍ତଙ୍କ ଘରେ ଟିଭି କିମ୍ବା ଆନଡ଼୍ରଏଡ଼ ମୋବାଇଲ ଉପଲବ୍ଧ ନୁହେଁ । ଖାଲି ଏହା ନୁହେଁ, ମୋହନଗିରୀ, ମାଣିକେରା, ଦେଢଶୂଳୀ, ଲୁବେନଗଡ଼, ସିଂହପୁର ଗ୍ରାମ ପଂଚାୟତ ଅଧିନସ୍ଥ ଅନେକ ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ କିମ୍ବା ବିଦ୍ୟୁତ ଓ ଗମନାଗମନର ସୁବିଧା ନାହିଁ । ଏହି ଉପାନ୍ତ ଅଂଚଳର ଅନେକ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି କିନ୍ତୁ ବର୍ତ୍ତମାନ ଗତ ମାର୍ଚ୍ଚ ମାସରୁ ଲକଡ଼ାଉନ ପରେ ଏଇ ଛାତ୍ରଛାତ୍ରୀମାନେ ନିଜ ନିଜର ଶିକ୍ଷାକୁ ଅନଲାଇନ ମାଧ୍ୟମରେ ଠିକ୍ ଭାବରେ ପାଇପାରୁନାଥିବା କାରଣରୁ ଏବେ ଚିନ୍ତା ରେ ଛାତ୍ରଛାତ୍ରୀ । ପ୍ରତିଦିନର ବିଷୟରେ ଏମାନେ ପଛରେ ରହିଯାଉଛନ୍ତି । ଅଂଚଳର ଜନସାଧାରଣ ଏଥି ସକାଶେ ଯୋଗାଯୋଗ ଏ ଅଂଚଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।

Omkar Vasthu
Omkar Vasthu

ଛାତ୍ରଛାତ୍ରୀଙ୍କ ମୁହଁରୁ

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାର୍ଚ୍ଚ ମାସ ୨୫ତାରିଖରୁ ମୁଁ ଘରେ ଅଛି । ତଳନୂଆଗାଁରେ ଏକ ମିନି ବିଏସଏନଏଲ ଥିଲେ ବି ବାରମ୍ବାର ଫେଲ ହେଉଛି । ଫଳତଃ ଅନଲାଇନ ପାଠପଢା ବ୍ୟାହାତ ହେଉଛି । ଦିନ ଦିନ ଧରି ମୁଁ ପଢି ପାରୁନାହିଁ । କିମ୍ବା ବିଦ୍ୟାଳୟ ସହିତ ସଠିକ ଭାବେ ଯୋଗାଯୋଗ ହେଇପାରୁନାହିଁ ।

ସତ୍ୟବ୍ରତ ପନ୍ଦର, ୨ୟବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର

ଲକ୍‌ଡ଼ାଉନରୁ ଗାଁରେ ଅଛି । ନେଟୱାର୍କ ନଥିବା ଯୋଗୁଁ ମୋ ପାଠପଢାରେ ଘୋର ଅସୁବିଧା ହେଉଛି । ବିଶ୍ୱ ବିଦ୍ୟାଳୟ ସହ ଯୋଗାଯୋଗ କରିବା ପାଇଁ ସାତ କିମି ଯିବାକୁ ପଡ଼ୁଛି । ମୋବାଇଲ ନେଟୱାର୍କ ଟିଏ ସ୍ଥାପନ ହେଲେ ଭଲ ହୁଅନ୍ତା :

ବିଶ୍ୱଜିତ ଧରୁଆ, ଏମଏସସି ଦ୍ୱିତୀୟ ବର୍ଷ ଛାତ୍ର, ଏଏମଆଇଟି ଖୋର୍ଦ୍ଧା

ଲକଡ଼ାଉନରୁ ଘରେ ଅଛି । ମୋବାଇଲ ନେଟୱାର୍କ ନଥିବାରୁ ଅନଲାଇନ ପାଠପଢାରେ ଅସୁବିଧା ହେଉଛି । ଝିଅଟିଏ ହେଇଥିଲେ ବି ନିଜ (ଉପରନୂଆଗାଁ-ମୋହନଗିରୀ) ଘରୁ ସାତ କିମି ପ୍ରତିଦିନ ଅତିକ୍ରମ କରି ନେଟୱାର୍କ ଜାଗାରେ ରହି ପଢିବକୁ ବାଧ୍ୟ ହେଉଛି । ଆମ ଅଂଚଳରେ ମୋବାଇଲ ନେଟୱର୍କ ଟିଏ ସ୍ଥାପନ କଲେ ଭଲ ହୁଅନ୍ତା ।

ଲୀଳା ପାତ୍ର, ଏମଏ ଦ୍ୱିତୀୟ ବର୍ଷ ଛାତ୍ରୀ, କିସ୍‌,ଭୁବନେଶ୍ୱର

ଲକଡ଼ାଉନରୁ ଘରେ ଅଛି । ମୋବାଇଲ ନେଟୱାର୍କ ନଥିବା କାରଣୁ ଅନଲାଇନ ପାଠପଢା ଠିକ ଭାବେ ହେଇପାରୁନି । ନେଟୱାର୍କ ଟିଏ ସ୍ଥାପନ ପାଇଁ ଜଣାଇଲି ।

ଝରଣା ଧରୁଆ, +୨ ଦ୍ୱିତୀୟ ବର୍ଷ,କିସ୍‌,ଭୁବନେଶ୍ୱର


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.