ରାୟଗଡ ଜିଲ୍ଳାରେ ଢିଲା ହେଉଛି କି ଲକଡାଉନ, ସଟଡାଉନ ନିୟମ ?

ଏକାଥରକେ ବାହାରିଲେ ୪୯୫ ପଜିଟିଭ୍‌,ରାୟଗଡ ପୈାରାଂଚଳରେ ସର୍ବାଧିକ ୧୯୧ ଚିହ୍ନଟ

Omkar Vasthu
Omkar Vasthu

୪୨୧୫ ଛୁଇଁଲା ଜିଲ୍ଳାରେ ପଜିଟିଭ୍ ସଂଖ୍ୟା,ମୃତ ସଂଖ୍ୟା ୨୧

Pearl dental clinic
Near Ashish Medical Store, Bhawanipatna

ରାୟଗଡ: ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ ମହାମାରୀ କରୋନା ଦେଖାଉଛି କରାଳ ରୂପ । ଜିଲ୍ଳାରେ ସଂକ୍ରମିତଙ୍କ ସଂଖ୍ୟାରେ ଲାଗି ପାରୁନି ଅଙ୍କୁଶ । ଫଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ମୃତ ସଂଖ୍ୟା ୨୧ରେ ପଂହଚି ସାରିଛି । ଶୁକ୍ରବାର ଦିନ ଶହେ ନୁହଁ କି ଦୁଇ ଶହ ନୁହେଁ ଏକାଥରକେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ୪୯୫ ଜଣ । ଫଳରେ ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ୪୦୦୦ ପାରି କରି ୪୨୧୫ ରେ ପଂହଚିଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

ଜିଲ୍ଳାରେ କଡାକଡି ଭାବେ କୋଭିଡ-୧୯ ଗାଇଡଲାଇନକୁ ମାନି ଚଳିବା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ କଡାକଡି ନିର୍ଦ୍ଦେଶ ରହିଥିବା ସ୍ୱତେ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଳା ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଜିଲ୍ଳାରେ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ ସହ ସଚେତନ କରାଯାଉଛି ତଥାପି ଜିଲ୍ଳାରେ ଏତେ ସଂଖ୍ୟକ ପଜିଟିଭ୍ ବୃଦ୍ଧି ପାଉଛି ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଜିଲ୍ଳାବାସୀ । ଆଜି ଚିହ୍ନଟ ହୋଇଥିବା ୪୯୫ଜଣଙ୍କ ମଧ୍ୟରେ ଗତ କିଛି ଦିନ ଧରି ଭୁବନେଶ୍ୱର ଆରଏମସିଆରକୁ ପଠାଯାଇଥିବା ୧ହଜାର ଆଟିପିସିଆର ଟେଷ୍ଟିଂଗୁଡିକର ରିପୋର୍ଟ ଏକାଥରକେ ଆସିଥିବାରୁ ଏହି ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି ତେଣୁ ଏହି ସଂଖ୍ୟାକୁ ନେଇ ଭୟଭୀତ ନ ହେବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ନିବେଦନ କରିଛନ୍ତି । ସେହିପରି ଜିଲ୍ଳାରେ ରାପିଡ୍ ଆଂଟିଜେନ ଟେଷ୍ଟିଂ ବୃଦ୍ଧି ପାଉଥିିବାରୁ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ବର୍ତମାନ ସୁଦ୍ଧା ମହାମାରୀ କରୋନା ନିମନ୍ତେ କୈାଣସି ପ୍ରତିଷେଧକ ଔଷଧ ବାହାରି ନ ଥିବାରୁ କରୋନା ଭୂତାଣୁ ସହ ଲଢେଇ କରିବାକୁ ପଡିବ ଏଣୁ ସଚେତନ ଓ ସର୍ତକ ହୋଇ ରହିଲେ ଜିଲ୍ଳା କରୋନା ମୁକ୍ତ ହୋଇପାରିବ ବୋଲି କହିଛନ୍ତି ।

ସୂଚନା ପ୍ରକାରେ ଚିହ୍ନଟ ହୋଇଥିବା ୪୯୫ ଜଣଙ୍କ ମଧ୍ୟରେ ୩୭୫ ଜଣ ପୁରୁଷ ଓ ୧୧୯ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ହୋମ କ୍ୱାରେନଟାଇନରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୦ ଜଣ କୋଭିଡ ଯୋଦ୍ଧା ମଧ୍ୟ ରହିଛନ୍ତି । ରାୟଗଡ ଜିଲ୍ଳାରେ ବର୍ତମାନ ସୁଦ୍ଧା ୪୭୪ ଜଣ କୋଭିଡ୍ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୭୪.୬୮ ପ୍ରତିଶତ ସୁସ୍ଥତା ହାରରେ ୩୫୪ ଜଣ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୫.୩୨ ପ୍ରତିଶତ ହାରରେ ୧୨୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାରେ ମଧ୍ୟ ୪୨୧୫ ଜଣ ଚିହ୍ନଟଙ୍କ ମଧ୍ୟରେ ୫୪.୦୫ପ୍ରତିଶତ ସୁସ୍ଥତା ହାରରେ ୨୨୭୮ ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୫.୪୬ ପ୍ରତିଶତ ସକ୍ରିୟ ରୋଗୀ ହାରରେ ୧୯୧୬ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଚିହ୍ନଟ ହୋଇଥିବା ୪୯୫ ଜଣଙ୍କ ମଧ୍ୟରୁ ୨୮୧ ଜଣ କଂଟାକ୍ଟ ଟ୍ରେସିଂ ଓ ଆଇଏଲଆଇ/ସାରି ଲକ୍ଷଣ ରହିଥିବା ୪୦୧ଜଣ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଳାର ଗୁଣପୁର ପୈାରାଂଚଳରୁ ୯୮ ଓ ଗ୍ରାମାଂଚଳରୁ ୬୨, ବିଷମକଟକରୁ ୮୫, ଗୁଡାରୀରୁ ୩୦ , କାଶିପୁର ୧୮, ମୁନିଗୁଡାରୁ ୩ ଚିହ୍ନଟ ହୋଇଥିବା ବେଳେ ରାୟଗଡ ପୈାରାଂଚଳରୁ ସର୍ବାଧିକ ୧୯୧ ଜଣ ଓ ଗ୍ରାମାଂଚଳରୁ ୭ ଚିହ୍ନଟ ହୋଇଛନ୍ତି ଓ ଏଥିସହ ରାୟଗଡରେ ମାଲକାନଗିରିରୁ ଜଣେ ଚିହ୍ନଟ ହୋଇ ମୋଟ ୪୯୫ ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡ ଜିଲ୍ଳାରେ କରୋନ ପଜିଟିଭ୍ ସଂଖ୍ୟା ମଧ୍ୟରେ ଆଜି ହିଁ ସର୍ବାଧିକ ୪୯୫ଜଣ ଏକାଥରକେ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଲକଡାଉନ ଓ ସଟଡାଉନ ନିୟମ ଲାଗୁ କରାଯାଇଥିଲେ ସୁଦ୍ଧା ଏହି ନିୟମ ପାଳନ କରିବାରେ କିଛି ନା କିଛି ଢିଲା ବ୍ୟବସ୍ଥା ରହିଯାଇଥିବା ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

ରିୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.