ଲାଞ୍ଜିଗଡ଼: ପୂର୍ବ ପରମ୍ପରା ଅନୁକ୍ରମେ ଭାଦ୍ର ଶୁକ୍ଳ ଦଶମୀ ତିଥିରେ ଲାଞ୍ଜିଗଡ଼ ଠାରେ ନୂଆଖାଇ ପାଳିତ ହୋଇଯାଇଛି। ଏବର୍ଷ ଅଗଷ୍ଟ ୨୭ ତାରିଖ ଗୁରୁବାର ନବମୀ ଯୁକ୍ତ ଦଶମୀ ତିଥିରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଠାରେ ସକାଳ ୯.୪୦ ରୁ ୯.୫୫ ମଧ୍ୟରେ ନବାନ୍ନ ଲାଗି ହୋଇଥିଲା। ପରେ ଲାଞ୍ଜିଗଡ଼ ଭୈରବ ପୀଠ ଠାରେ ଗୁରୁବାର ସକାଳ ୧୦ ଟା ପରେ ନବାନ୍ନ ଲାଗି ଭୋଗ ଅର୍ପଣ ହୋଇଥିଲା। ଏହା ପରେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ବିଶ୍ୱନାଥପୁର ଓ ସିକେରକୁପା ଅଞ୍ଚଳରେ ଲୋକେ ନିରାଡ଼ମ୍ବରେ ଏହି ପର୍ବ ପାଳନ କରିଥିଲେ। କୋଭିଡ୍ କଟକଣା ଯୋଗୁଁ କୌଣସି ସ୍ଥାନରେ ଜନ ସମାଗମ ହୋଇନଥିଲା। ନିଜ ନିଜ ଘରେ ପରିବାରଙ୍କ ସହିତ ନୂଆଁ ଖାଇଥିଲେ ଲାଞ୍ଜିଗଡ଼ ଅଧୀବାସୀ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in