ବେଦାନ୍ତ କର୍ମଚାରୀ ନିଖୋଜ ଘଟଣା, ଡ୍ୟାମରୁ ଉଦ୍ଧାର ହେଲା ମୃତ ଦେହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଟାଙ୍ଗନକନା ଡ୍ୟାମରେ ଗତ ଗୁରୁବାର ଦିନ ନିଖୋଜ ହୋଇଥିବା ବେଦାନ୍ତ କମ୍ପାନୀର କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ(୩୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବେଦାନ୍ତ କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ଉକ୍ତ ଦିନ ସନ୍ଧ୍ୟା ସାଢେ ୬ ଟାରେ ସେ ଲାଞ୍ଜିଗଡ଼ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର ହୁଣ୍ଡାଇ ଆଇ ୨୦ କାର (ଓଡ଼ି- ୦୨ ଏଡି ୮୪୭୧) ଚଳାଉଥିବା ଦେଖାଦେଇଥିଲା। ଏହା ପର ଠାରୁ ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା।ନିଖୋଜ କୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ବୁଧବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମିସିଙ୍ଗ କେସ ନଂ ୩ ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା।

ବିଶେଷ ସୂତ୍ରରୁ ବୁଧବାର ରାତି ୯ ଟାରେ ହୋଣ୍ଡାଇ କାରକୁ ଲାଞ୍ଜିଗଡ଼ ଠାରୁ ୩ କିମି ଦୂର ଟାଙ୍ଗନକନା ଡ୍ୟାମ ନିକଟରେ ଥିବା ଖବର ପାଇ ଲାଞ୍ଜିଗଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ଖୋଜା ଖୋଜି ଆରମ୍ଭ କରିଥିଲେ। ବୁଧବାର ରାତ୍ର ୧୨ଟା ପର୍ଯ୍ୟନ୍ତ କୌଣସି ସନ୍ଧାନ ନମିଳିବା ଯୋଗୁଁ କାର୍ ପାଖରେ ପୋଲିସ ଜଗି ରହିଥିଲେ। ପୁଣି ଗୁରୁବାର ସକାଳେ ଲାଞ୍ଜିଗଡ଼ ପୋଲିସ, ବେଦାନ୍ତ କର୍ମଚାରୀ ଓ ଅଗ୍ନୀଶମ ବିଭାଗର କର୍ମଚାରୀ ମାନେ ଖୋଜା ଖୋଜି ଆରମ୍ଭ କରିଥିଲେ। ଡ୍ୟାମ ମଝି ଭାଗରେ ଥିବା ଏକ ପାହାଚରେ ଦୁଇ ଗୋଟି ଚପଲ ଦେଖି ସନ୍ଦେହ କରି ଖୋଜା ଖୋଜି କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ୧୫ ଫୁଟ ଗଭୀର ଜଳରୁ ପ୍ରତ୍ୟୁଷର ମୃତ ଦେହ ଠାବ କରି ଉଦ୍ଧାର କରିଥିଲେ ଲାଞ୍ଜିଗଡ଼ ସରକାରୀ ଅଗ୍ନୀଶମ ବିଭାଗ। ମୃତକ ବ୍ଲାକ ନିକର ପ୍ୟାଣ୍ଟ ଓ ବ୍ଲାକ ସ୍ପଟିଙ୍ଗ ପିନ୍ଧିଥିବା ବେଳେ ତାଙ୍କ ପ୍ୟାଣ୍ଟ ପକେଟ୍ ରୁ ମୋବାଇଲ ଫୋନ ଓ କାର୍ ଗାଡିର ଚାବି ଉଦ୍ଧାର କରିଥିଲା ପୋଲିସ। ପ୍ରତ୍ୟୁଷ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ ଗଦଗୁଡା ଗ୍ରାମର ହୋଇଥିବା ବେଳେ ସେ ୨୦୦୮ ମସିହା ଜୁଲାଇ ମାସରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ଇଷ୍ଟୁମେଣ୍ଟ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲାରେ କେସ ନଂ ୫ ରେ ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.